jsm

ରଇଁଶୋଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କ ସେବା ନିବୃତ ସମ୍ବର୍ଦ୍ଧନା ସଭା

csstore

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ୍ ଅନ୍ତର୍ଗତ ଅରିଶଲ ପଞ୍ଚାୟତର ରଇଁଶୋଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଭାଗିରଥି ବେହେରାଙ୍କ ସେବା ନିବୃତ ସମ୍ବର୍ଦ୍ଧନା ସଭା ବିଦ୍ୟାଳୟ ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଥିଲା । ଏଥିରେ ସଭାପତିତ୍ଵ କରିଥିଲେ ଖଣ୍ଡିମଙ୍ଗଳପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସନ୍ତୋଷ କୁମାର ମିଶ୍ର । ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘ ଡେଲାଙ୍ଗ ମଣ୍ଡଳର ସଭାପତି ମିଟୁ କିଶୋର ପ୍ରଧାନ । ବିଭିନ୍ନ ବିଦ୍ୟାଳୟର ଶିକ୍ଷକମାନେ ଯୋଗ ଦେଇଥିଲେ । ସେମାନେ ହେଲେ ମନୋରଞ୍ଜନ ପ୍ରଧାନ, ଦାମୋଦର ରଥ, ରମେଶ ପ୍ରଧାନ, ଟିକନ ବେହେରା ଅର୍ଜୁନ ବେହେରା, ପ୍ରଦୀପ କୁମାର ସେଠୀ, ଛାଟୋଇ ମୋତିଲାଲ ରାୟ, ଦିଲ୍ଲୀପ କୁମାର ସାହୁ, ହେମନ୍ତ ପ୍ରଧାନ, ରବିନ୍ଦ୍ର ବିଶ୍ଵାଳ, ଉକ୍ତ ବିଦ୍ୟାଳୟର ସହକାରୀ ଶିକ୍ଷୟତ୍ରୀ ସୁମିତ୍ରା କୁଆଁର, ବିଦ୍ୟାଳୟ ପରିଚାଳନା କମିଟିର ଚେୟାରମ୍ୟାନ ଭାଗିରଥି ପ୍ରଧାନ, ଛାତ୍ରଛାତ୍ରୀ, ପରିଚାଳନା କମିଟିର ସଭ୍ୟ ସଭ୍ୟା ଓ ଅନ୍ୟମାନେ ଯୋଗଦେଇ ବିଦୟୀ ଶିକ୍ଷକ ଭାଗିରଥି ବେହେରାଙ୍କ କର୍ତ୍ତବ୍ୟ ନିଷ୍ଠା, ସମୟାନୁବର୍ତୀତା, ସ୍ନେହୀ, ପରୋପକାରୀ ଓ ଶିକ୍ଷା ଦାନର ଶୈଳୀ ଉପରେ ସ୍ମୃତିଚାରଣ କରିଥିଲେ । ପରେ ପରେ ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘ ଡେଲାଙ୍ଗ ମଣ୍ଡଳ ତରଫରୁ ମାନପତ୍ର ଓ ଉପଢ଼ୌକନ ପ୍ରଦାନ କରାଯାଇଥିଲା । ଛାତ୍ରଛାତ୍ରୀ, ବିଦ୍ୟାଳୟ, ଅନ୍ୟ ଶିକ୍ଷକ ଓ ଗ୍ରାମବାସୀଙ୍କ ତରଫରୁ ଉପଢ଼ୌକନ ଓ ଉପହାର ପ୍ରଦାନ କରାଯାଇଥିଲା । ସର୍ବଶେଷରେ ମନୋରଞ୍ଜନ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ ।

yuvodaya
Leave A Reply

Your email address will not be published.