ଟ୍ରାକ୍ଟର ସହିତ କଞ୍ଚା ଶାଳଗଣ୍ଡି ଜବତ : ୨ ଗିରଫ, ଡ୍ରାଇଭର ଫେରାର

ବାଲିଗୁଡ଼ା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଦାରିଙ୍ଗବାଡ଼ି ବନାଞ୍ଚଳ ଅନ୍ତର୍ଗତ ଦାରିଙ୍ଗବାଡ଼ି ସେକ୍ସନ ଉହାମାହା ଜଙ୍ଗଲରୁ ଦାରିଙ୍ଗବାଡ଼ି ବନ ବିଭାଗ ଏକ ଟ୍ରାକ୍ଟର ସହିତ ୭୫ଖଣ୍ଡ ଶାଳକାଠ ଗଣ୍ଡି ବୋଝେଇ ହୋଇଥିବା ଟ୍ରାକ୍ଟରକୁ ଜବତ କରିବା ସହିତ ୨ ଜଣଙ୍କୁ ଗିରଫ କରିଥିବା ବେଳେ ଘଟଣାସ୍ଥଳରୁ ଟ୍ରାକ୍ଟର ଚାଳକ ଜଣକ ଫେରାର ହୋଇଯାଇଥିବା ଜଣାପଡ଼ିଛି । ଜବତ ହୋଇଥିବା ଶାଳକାଠ ଗଣ୍ଡିର ଆନୁମାନିକ ମୂଲ୍ୟ ପ୍ରାୟ ୨୫ ହଜାରରୁ ଅଧିକ ଟଙ୍କା ହେବ ବୋଲି ବନ ବିଭାଗ ତରଫରୁ କୁହାଯାଇଛି । ୨ ଜଣ ଗିରଫ ଅଭିଯୁକ୍ତ ପାଙ୍ଗାଲି ଗ୍ରାମର ସାମସନ ପ୍ରଧାନ ଓ ନରେନ୍ଦ୍ର ପ୍ରଧାନଙ୍କୁ ଉହାମାହା ଜଙ୍ଗଲରୁ ବିରାଗାଡ଼ା ଗ୍ରାମକୁ ଟ୍ରାକ୍ଟରରେ କାଠ ଚାଲାଣ ବେଳେ ଧରିଲା ବନ ବିଭାଗ । ଦାରିଙ୍ଗବାଡ଼ି ଫରେଷ୍ଟର ପ୍ରଶ୍ନ ପାତ୍ରଙ୍କ ସମେତ ଫାୟାର ସ୍କ୍ୱାର୍ଡ ଜବତ କରିବାରେ ସାମିଲ ଥିଲେ । ଜବତ ହୋଇଥିବା ଟ୍ରାକ୍ଟର ନଂ. ଓଡି-୧୨-୧୨୨୮ ଏନେଇ ବନ ବିଭାଗର କେସ ନମ୍ବର ୨-୨୨/୨୩ରେ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଜାରି ରହିଥିବା ବନ ବିଭାଗ ତରଫରୁ କୁହାଯାଇଛି ।

Leave A Reply

Your email address will not be published.