୧୩ କେଜି ଗଞ୍ଜେଇ ଜବତ : ୨ ଗିରଫ

ତୁଷୁରା, (ପ୍ରମୋଦ କୁମାର ସେଲମା) : ବଲାଙ୍ଗିର ଅବକାରୀ ମୋବାଇଲ ୟୁନିଟ ପକ୍ଷରୁ ତୁଷୁରା-ଗୁଡଭେଲା ରାସ୍ତାରୁ ୧୩ କେଜି ଗଞ୍ଜେଇ ଜବତ କରାଯାଇ ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିବା ଜଣାପଡିଛି । ଗିରଫ ଅଭିଯୁକ୍ତ ୨ ଜଣ ରାୟପୁରର ରାଜୁ ନିର୍ମଲକର(୨୧) ଓ କ୍ରିଷ୍ଣା ଯାଦବ(୧୯) ବୋଲି ଜଣାପଡିଛି । ଏହି ଚଢାଉ ସମୟରେ ବଲାଙ୍ଗିର ମୋବାଇଲ ୟୁନିଟ ଅଧିକାରୀ ପ୍ରସନ୍ନ ପଟେଲ, କନେଷ୍ଟବଲ ଜିତେନ୍ଦ୍ର ମଲ୍ଲିକ, ରଂଜନ ମିଶ୍ର ପ୍ରମୁଖ ସାମିଲ ଥିଲେ ।

Leave A Reply

Your email address will not be published.