ରାଜଶ୍ରୀ ପବ୍ଲିକ ସ୍କୁଲ ସିନାପାଲିର ୧୪ତମ ବାର୍ଷିକ ଉତ୍ସବରେ ବିଧାୟକଙ୍କ ଯୋଗଦାନ

ନୂଆପଡା, (ନିରାକାର ମେହେର) : ନୂଆପଡା ଜିଲ୍ଲାରେ ଯେତେ ଗୋଟି ପବ୍ଲିକ ସ୍କୁଲ ରହିଛି ସେହି ପବ୍ଲିକ ସ୍କୁଲମାନଙ୍କ ମଧ୍ୟରୁ ରାଜଶ୍ରୀ ପବ୍ଲିକ ସ୍କୁଲ ସିନାପାଲି ହେଉଛି ଅନ୍ୟତମ । ଏହି ସ୍କୁଲରେ ଛାତ୍ରଛାତ୍ରୀମାନଙ୍କ ପାଇଁ ପାଠପଢା, ନାଚଗୀତ, ନାଟକ, ନୃତ୍ୟ ପରିବେଷଣ ବାର୍ଷିକ ଉତ୍ସବ, ସଭା ସମିତି ତଥା ସାଂସ୍କୃତିକ କାର୍ଯ୍ୟକ୍ରମ ଭିନ୍ନ ଧରଣର ହେଉଥିବା ଦେଖିବାକୁ ମିଳିଥାଏ । ଠିକ୍‌ ସେହିପରି ଚଳିତବର୍ଷ ତଥା ଆଜିର ବାର୍ଷିକ ଉତ୍ସବରେ ନୂଆପଡା ଜିଲ୍ଲା ଖଡ଼ିଆଳ ବିଧାନସଭା ମଣ୍ଡଳୀର ବିଧାୟକ ଅଧୀରାଜ ମୋହନ ପାଣିଗ୍ରାହୀ ଯୋଗ ଦେଇଥିଲେ । ଏହି ବାର୍ଷିକ ଉତ୍ସବର ସଭାପତି ଭାବରେ ରାଜଶ୍ରୀ ପବ୍ଲିକ ସ୍କୁଲର ଚେୟାରମ୍ୟାନ ରାଜେଶ କୁମାର ଅଗ୍ରୱାଲ, ମୁଖ୍ୟ ଅତିଥି ଖଡ଼ିଆଳ ବିଧାୟକ ଅଧୀରାଜ ମୋହନ ପାଣିଗ୍ରାହୀ, ସମ୍ଭାନିତ ଅତିଥି ଭାବରେ ନବ ନିର୍ବାଚିତ ହୋଇଥିବା ଖଡ଼ିଆଳ ବିଜ୍ଞାପିତ ଅଞ୍ଚଳ ପରିଷଦର ଅଧକ୍ଷ ଉଜ୍ଜଳ ଗୁପ୍ତା, ସିନାପାଲି ବ୍ଲକ ଚେୟାରମ୍ୟାନ ଶ୍ରୀମତୀ ମାଧୁରୀ ମାଝୀ, ସିନାପାଲି ବ୍ଲକ ଭାଇସ ଚେୟାରମ୍ୟାନ ଶ୍ରୀମତୀ ମୀନା ଘିଭେଲା, ନୂଆପଡା ଜୋନ ନଂ ୧୪ର ଜିଲ୍ଲା ପରିଷଦ ଶ୍ରୀମତୀ ଆଶା ଜୈନ, ସିନାପାଲି ସରପଞ୍ଚ ସୁନିତା ମେହେର ଏବଂ କାର୍ଯ୍ୟକ୍ରମର ବକ୍ତା ଭାବରେ ସିନାପାଲି ଗୋଷ୍ଠୀ ଶିକ୍ଷା ଅଧିକାରୀ ଚୈତନ୍ୟ କୁମାର ହୋତା ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ନୃତ୍ୟ ଗୀତ ଓ ନାଟକ ପରିବେଷଣ ସହିତ ବିଭିନ୍ନ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ଏବଂ ଏହି କାର୍ଯ୍ୟକ୍ରମରେ ଭାଗ ନେଇ କୃତି ହୋଇଥିବା ଛାତ୍ରଛାତ୍ରୀଙ୍କୁ ଅଥିତି ମାନଙ୍କ ସ୍ୱହସ୍ତରେ ପୁରସ୍କାର ସହିତ ମାନପତ୍ର ପ୍ରଦାନ କରାଯାଇଥିଲା । ବିଶେଷ କରି ବାର୍ଷିକ ଉତ୍ସବର କାର୍ଯ୍ୟକ୍ରମକୁ ଉପଭୋଗ କରିବା ପାଇଁ ଛାତ୍ରଛାତ୍ରୀଙ୍କ ଅଭିଭାବକ ବହୁ ସଂଖ୍ୟାରେ ଯୋଗ ଦେଇଥିବାର ଦେଖିବାକୁ ମିଳିଥିଲା ।

Leave A Reply

Your email address will not be published.