ରାଣୀପୁର ଝରିଆଲ ମୁଖ୍ୟ ଗେଟ୍‌ ତାଲା ଭାଙ୍ଗି ଦାନ ବାକ୍ସରୁ ଲକ୍ଷାଧିକ ଟଙ୍କା ଚୋରି ଅଭିଯୋଗ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ଐତିହାସିକ ଯୋଗିନୀ ପୀଠ ରାଣୀପୁର ଝରିଆଲ ସୋମେଶ୍ୱର ମନ୍ଦିରରୁ ତାଲା ଭାଙ୍ଗି ଦାନ ପେଟିରୁ ଲକ୍ଷାଧିକ ଟଙ୍କା ସହ ସିସିଟିଭି କ୍ୟାମେରା ଓ ହାର୍ଡଡିକ୍ସ ଚୋରି କରି ନେଇଥିବା ଅଭିଯୋଗ ହୋଇଛି । ବଙ୍ଗୋମୁଣ୍ଡା ବ୍ଲକର ଉପାନ୍ତ ଅଂଚଳରେ ଥିବା ଐତିହାସିକ ଯୋଗିନୀ ପୀଠ ରାଣୀପୁର ଝରିଆଲ ମନ୍ଦିର ପରିସରରୁ ଗତକାଲି ବିଳମ୍ବିତ ରାତ୍ରୀରେ କିଛି ଦୁର୍ବୃତ୍ତ ମୁଖ୍ୟ ଗେଟର ତାଲା ଭାଙ୍ଗି ଦାନ ପେଟିରେ ଥିବା ଲକ୍ଷାଧିକ ଟଙ୍କା ସହ ସିସିଟିଭି କ୍ୟାମେରା ଓ ହାର୍ଡଡିକ୍ସକୁ କିଛି ଦୁର୍ବୃତ୍ତ ଚୋରି କରିନେଇଥିବା ଜଣାପଡିଛି । ତେବେ ଆଜି ସକାଳ ଯେତେବେଳେ ମନ୍ଦିରକୁ ପୂଜା କରିବା ପାଇଁ ପୂଜକ ଆସିଥିବା ବେଳେ ମନ୍ଦିରର ମୁଖ୍ୟ ଗେଟ୍‌ର ତାଲା ଭାଙ୍ଗାଯାଇଥିବା ଦେଖିବାକୁ ପାଇଥିଲେ । ପରେ ମନ୍ଦିର ପରିଚାଳନା କମିଟି ପୋଲିସର ଦ୍ୱାରସ୍ଥ ହେବା ପରେ ପୋଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି ।

Leave A Reply

Your email address will not be published.