ବଲାଙ୍ଗିର ମେଡିକାଲ କଲେଜରେ ହରିୟାଣା ଛାତ୍ରଙ୍କ ସନ୍ଦେହ ଜନକ ମୃତ୍ୟୁ : ତଦନ୍ତ ପାଇଁ ଘଟଣାସ୍ଥଳରେ ପହଁଚିଲେ ବଲାଙ୍ଗିର ଏସ୍‌ପି

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ମେଡିକାଲ କଲେଜରେ ମେଡିକାଲ ଛାତ୍ର ତଥା ହରିୟାଣାର ବାସିନ୍ଦା ନିଶାନ୍ତ କୁମାରଙ୍କ ସନ୍ଦେହ ଜନକ ମୃତ୍ୟୁକୁ ଏପର୍ଯ୍ୟନ୍ତ ୨୪ ଘଣ୍ଟା ନ ପୁରିଥିବା ବେଳେ ଗତକାଲି ବିଳମ୍ବିତ ରାତ୍ରୀରେ ଘଟଣାର ତଦନ୍ତ ପାଇଁ ବଲାଙ୍ଗିର ଏସ୍‌ପି ନୀତିନ କୁଶଲକର ନିଜ ଟିମ୍‌ ସହ ଘଟଣାସ୍ଥଳରେ ପହଂଚି ଥିଲେ । ଏଥିରେ ଏସ୍‌ପିଙ୍କ ସହ ଏସ୍‌ଡିପିଓ ତୋଫାନ ବାଗ ଓ ଆଇଆଇସି କେ. ପ୍ରିୟଙ୍କା ରାଉତ ରାୟ ମଧ୍ୟ ଉପସ୍ଥିତ ଥିଲେ । ଅନ୍ୟପଟେ ଏପର୍ଯ୍ୟନ୍ତ ସ୍ପଷ୍ଟ ଭାବେ ଘଟଣାଟି ଆତ୍ମହତ୍ୟା ନା ହତ୍ୟା ବୋଲି ଜଣାପଡୁ ନଥିବା ବେଳେ ଶବ ବ୍ୟବଚ୍ଛେଦ ପରେ ଜଣାପଡିବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି ।

Leave A Reply

Your email address will not be published.