ଘରୋଇ କଳହରୁ ହତ୍ୟାକାଣ୍ଡ : ୨ ମୃତ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ ଟାଉନ ଥାନା ଅନ୍ତର୍ଗତ ରୁହୁଣିଆ ଗ୍ରାମରେ ଗତକାଲି ଏକ ହତ୍ୟାକାଣ୍ଡ ଘଟିଛି । ହତ୍ୟାକାଣ୍ଡରେ ବାପ ପୁଅଙ୍କ ମୃତ୍ୟୁ ହୋଇଥିବା ଖବୀ ମିଳିଛି । ମୃତକ ହେଲେ ବାପା ଦେବ ସିନ୍ଧ୍ରିଆ(୬୦) ଏବଂ ପୁଅ ରତନ ସିନ୍ଧ୍ରିଆ(୨୭) । ସେହିପରି ରତନଙ୍କ ସ୍ତ୍ରୀ ଗୁରୁତର ଆହତ ହୋଇ ବୁର୍ଲା ବଡ଼ ମେଡ଼ିକାଲରେ ଚିକିତ୍ସିତ ହେଉଛନ୍ତି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ପୋଲିସ ଜଣେ ଅଭିଯୁକ୍ତଙ୍କୁ ଥାନାରେ ଅଟକ ରଖି ଅଧିକ ପଚରାଉଚରା ଚଳାଇଛି । ପ୍ରକାଶ ଯେ, ଦେବ ଏବଂ ଅଭିଯୁକ୍ତ କମଳ ସମ୍ପର୍କରେ କକା, ପୁତୁରା । ଉଭୟ ପରିବାର ଗୋଡ଼ଭଗାକୁ ଏକ ବିବାହ ଉତ୍ସବରେ ଯୋଗଦେବା ପାଇଁ ଯାଇଥିଲେ । ସେଠାରେ ଗଣ୍ଡଗୋଳର ସୂତ୍ରପାତ ହୋଇଥିଲା । ତେବେ ଘରକୁ ଫେରିବା ପରେ ଅପରାହ୍ନରେ ଉଭୟ ପରିବାର ମଧ୍ୟରେ ବଚସା ଉଗ୍ରରୂପ ନେଇଥିଲା । କମଳ ଏକ କଟୁରୀରେ ଦେବଙ୍କ ପରିବାର ଲୋକଙ୍କୁ ଆକ୍ରମଣ କରିଥିଲେ । ଆକ୍ରମଣରେ ଘଟଣାସ୍ଥଳରେ ଦେବଙ୍କ ମୃତ୍ୟୁ ହୋଇ ଥିବା ବେଳେ ଦେବଙ୍କ ପୁଅ ରତନ ଏବଂ ତାଙ୍କ ପୁତ୍ରବଧୂ ଗୁରୁତର ଆହତ ହୋଇଥିଲେ । ସେମାନଙ୍କୁ ଚିକିତ୍ସା ପାଇଁ ବୁର୍ଲା ନିଆଯିବା ବାଟରେ ରତନଙ୍କ ମୃତ୍ୟୁ ହୋଇଥିଲା । ଘଟଣାଟି ଅଞ୍ଚଳରେ ଚାଞ୍ଚଲ୍ୟ ଖେଲାଇ ଦେଇଛି ।

Leave A Reply

Your email address will not be published.

error: Content is protected !!