jsm

ବିଜେପି ପାଇକମାଲ ପକ୍ଷରୁ ସ୍ୱଛ ଭାରତ ଅଭିଯାନ କାର୍ଯ୍ୟକ୍ରମ

csstore

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ନିର୍ବାଚନ ମଣ୍ଡଳୀ ପାଇକମାଲ ଭାଜପା ତରଫରୁ ସାମାଜିକ ନ୍ୟାୟ ପକ୍ଷ ପାଳନ ଅବସରରେ ଆଜି ସ୍ୱଚ୍ଛ ଭାରତ ବରଗଡ ଜିଲ୍ଲା ସଂଯୋଜକ ସତ୍ୟ ନାରାୟଣ ବେହେରାଙ୍କ ନେତୃତ୍ବରେ ପାଇକମାଲ ସ୍ଥିତ ସାଇରାମ ମନ୍ଦିର ପ୍ରାଙ୍ଗଣରେ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ସ୍ୱଚ୍ଛ ଭାରତ ଅଭିଯାନ କାର୍ଯ୍ୟକ୍ରମରେ ପଦ୍ମପୁର ପୂର୍ବତନ ବିଧାୟକ ତଥା ରାଜ୍ୟ କୃଷକ ମୋର୍ଚ୍ଚା ସଭାପତି ପ୍ରଦୀପ ପୁରୋହିତ, ଉପସଭାପତି ସରୋଜ ସାମଲ, ବରିଷ୍ଠ ବିଜେପି ନେତା ଗୋବର୍ଦ୍ଧନ ଅଗ୍ରୱାଲ, ପାଇକମାଲ ଜିଲ୍ଲା ପରିଷଦ ସୁରେନ୍ଦ୍ର ପ୍ରତାପ ସିଂହ ବରିହା, ପାଇକମାଲ ସରପଞ୍ଚ ଶ୍ରୀମତୀ ତୁଲାବତୀ ତାଣ୍ତି, ପାଇକମାଲ ବ୍ଲକ ସାଂସଦ ପ୍ରତିନିଧି ବଳରାମ ସାହୁ, ସୁଶାନ୍ତ ନାଗ, ଡା ଲମ୍ବୋଦର ପଣ୍ତା ପ୍ରମୁଖ ଉପସ୍ଥିତ ରହି ବିଜେପି କାର୍ଯ୍ୟକର୍ତ୍ତାଙ୍କୁ ଉତ୍ସାହିତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଯୋଗେନ୍ଦ୍ର ଭୋଇ, ଧନସିଂ ତାଣ୍ତି, ଶୁକଦେବ ପ୍ରଧାନ, ତପନ ବଢେଇ, ଯୋଗୀ ପଟେଲ, ରୁକ୍ମଣୀ ସେଠ, ଟିନୁ ଅଗ୍ରୱାଲ, ଲକ୍ଷ୍ମଣ ଜେନା, ଧନଞ୍ଜୟ ପାଣ୍ତେ, ରତିଲାଲ ବାବା ପ୍ରମୁଖ ଯୋଗଦେଇ କାର୍ଯ୍ୟକ୍ରମକୁ ସଫଳ କରିଥିଲେ । କାର୍ଯ୍ୟକ୍ରମ ଶେଷରେ ପାଇକମାଲ ମଣ୍ତଳ ସଭାପତି କୈଳାସ ଦିଶ୍ରୀ ସମସ୍ତ କାର୍ଯ୍ୟକର୍ତ୍ତାଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

yuvodaya
Leave A Reply

Your email address will not be published.