ଯାବତୀୟ ସମସ୍ୟା ଘେରରେ ଡାଳଖାଇ ଓ.ଡି.ଆର.ପି କଲୋନୀ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ବ୍ଲକ ରାମଗଡ଼ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଡାଳଖାଇ ଓ.ଡି.ଆର.ପି କଲୋନୀ ବହୁବିଦ୍ଧ ସୁବିଧା ସୁଯୋଗରୁ ବଞ୍ଚିତ ହେଉଥିବା ଅଭିଯୋଗ ହେଉଛି । ସମସ୍ୟା ଘେରରେ ଉବୁଡୁବୁ ହେଉଥିଲେ ମଧ୍ୟ ପ୍ରଶାସନର କାଦୁଅ ଫୋପଡ଼ା ନୀତି ବାସିନ୍ଦାଙ୍କ ମନରେ ଅସନ୍ତୋଷ କୁହେଳିବାରେ ଲାଗିଛି । ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ, ପାନୀୟ ଜଳ ଓ ବିଦ୍ୟୁତ ସମେତ ମୌଳିକ ସମସ୍ୟାର ସମାଧାନ ମଧ୍ୟ ହୋଇପାରୁ ନଥିବା ବାସିନ୍ଦାଙ୍କ ପକ୍ଷରୁ ଅଭିଯୋଗ ହୋଇଛି । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ଜନ୍ମଠାରୁ ମୃତ୍ୟୁ ପର୍ଯ୍ୟନ୍ତ ଅନେକ ଯୋଜନା ହୋଇଥିଲେ ଏପରିକି ହରିଜନ ସମ୍ପ୍ରଦାୟ ଓ ବାତ୍ୟା ଆଶ୍ରୟ ସ୍ଥଳୀ ବାସିନ୍ଦାମାନଙ୍କୁ ତଦୁର୍ଦ୍ଧ ପରିମାଣର ଯୋଜନା କରାଯାଇଛି କିନ୍ତୁ ଯୋଜନା ଅପହଞ୍ଚ ହୋଇ ରହିଯାଇଛି ବୋଲି ମତ ପ୍ରକାଶ ପାଉଛି । ପ୍ରାୟ ଏକ କୋଟି ଟାଙ୍କାର ଶିକ୍ଷାନୁଷ୍ଠାନ ଗୃହ ବନାଯାଇଛି କିନ୍ତୁ କେନ୍ଦ୍ର ନାହିଁ ଯଦ୍ୱାରା ୭ କିଲୋମିଟର ପ୍ରତ୍ୟହ ଦିନ କୋମଳମତି ଛାତ୍ରଛାତ୍ରୀ ମାନେ ଚାଲି ଚାଲି ଯାଇ ଶିକ୍ଷା ଗ୍ରହଣ କରିବା ବୁଦ୍ଧିଜୀବୀ ଓ ଶିକ୍ଷାବିତ୍ତ ମହଲରେ ଆଲୋଡନ ସୃଷ୍ଟି କରିଛି । ପ୍ରଶାସନ କେନ୍ଦ୍ରର ଚାବି ମେନ୍ଥାକୁ ଗ୍ରାମବାସୀଙ୍କ ହାତରେ ସମର୍ପି ଦେଇ ହାତ ଚିକଣ କରି ନାଟକବାଜି ଦେଖୁଥିବା ଅଭିଯୋଗ ହୋଇଛି । ଗ୍ରାମ ପଞ୍ଚାୟତ ଠାରୁ ଆରମ୍ଭ କରି ଜିଲ୍ଲାର ମୁଖ୍ୟାଂଶରେ ବିଭିନ୍ନ ପଦାଧିକାରୀଙ୍କୁ ଭିନ୍ନ ଭିନ୍ନ ସମୟରେ ସାକ୍ଷାତ, ଲିଖିତ, ଆବେଦନ ଓ ନିବେଦନ ହୋଇଥିଲେ ମଧ୍ୟ ଅଣଦେଖା କରିବା ଏକ ହାସ୍ୟାସ୍ପଦ ହୋଇଛି । ଜୀବନକୁ ବିପ୍ପନ ମନେକରି କୋମଳମତି ଛାତ୍ରଛାତ୍ରୀ ମାନେ ଯାନବାହାନର ଦ୍ରୁତଗତି ଗମନା ଗମନରେ ସ୍ଥାନେ ସ୍ଥାନେ ଭିତଗ୍ରସ୍ତ ହୋଇଯାଉଛନ୍ତି । ପ୍ରଶାସନ ପକ୍ଷରୁ ଗ୍ରାମବାସୀଙ୍କୁ ତତ୍ପରତା ପରିବର୍ତ୍ତେ ମିଠା କଥା ଓ ଆଶ୍ବସନା ଦେଇ ଛାଡି ଦେଉଥିବା ପ୍ରକାଶ କରିଛନ୍ତି । ଉପରୋକ୍ତ ସମସ୍ୟାକୁ ପ୍ରଶାସନ ପକ୍ଷରୁ ତୁରନ୍ତ ଦୃଷ୍ଟି ଦିଆନଯାଏ ତାହା ହେଲେ ଆନ୍ଦୋଳନ ପାଇଁ ଅଣ୍ଟା ଭିଡୁଥିବା ଖବର ମିଳିଛି ।

Leave A Reply

Your email address will not be published.

error: Content is protected !!