ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟରେ ସ୍ୱଚ୍ଛତାପକ୍ଷ ପାଳିତ

ଛତ୍ରପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟରେ ସ୍ୱଚ୍ଛତା ପକ୍ଷ ପାଳନ ହୋଇଯାଇଛି । ରୋଗୀ କଲ୍ୟାଣ ସମିତିର ସଦସ୍ୟା ତଥା ଛତ୍ରପୁର ରୋଟାରୀ କ୍ଲବ ସଭାନେତ୍ରୀ ଏସ. ରେଖା ମହାନ୍ତିଙ୍କ ନେତୃତ୍ବରେ ସମସ୍ତ ସଦସ୍ୟ ବୃନ୍ଦ ହସ୍‌ପିଟାଲ ପରିସରରେ ସଫେଇ କରିବା ସହ ସମସ୍ତ ଅନ୍ତେବାସୀ ରୋଗୀ, ସେମାନଙ୍କ ସହଯୋଗୀ, ପରିଦର୍ଶକ ଓ ଆଗନ୍ତୁକଙ୍କୁ ସ୍ୱଚ୍ଛତା ନେଇ ସଚେତନ କରାଯାଇଥିଲା । ଅଧୀକ୍ଷକ ଡା. ପ୍ରଫୁଲ୍ଲ ଚନ୍ଦ୍ର ଗୌଡ, ବରିଷ୍ଠ ଅଧିକାରୀ ଡା. ସୁଦର୍ଶନ ସାହୁ କାର୍ଯ୍ୟକ୍ରମରେ ସାମିଲ ହୋଇଥିବା ବେଳେ ହସ୍‌ପିଟାଲ ପରିଚାଳକ ସନ୍ତୋଷ କୁମାର ପଣ୍ଡା କାର୍ଯ୍ୟକ୍ରମ ଆୟୋଜନ କରିଥିଲେ । ଏହି ସ୍ୱଚ୍ଛତାପକ୍ଷ କାର୍ଯ୍ୟକ୍ରମରେ ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ ।

Leave A Reply

Your email address will not be published.

error: Content is protected !!