oom

ମା’ ରଣେଶ୍ୱର ରାମଚଣ୍ଡୀଙ୍କ ଚୈତ୍ରଯାତ୍ରା ସଂପନ୍ନ

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ସ୍ଥିତ ନୃସିଂହନାଥ ମା’ ରଣେଶ୍ୱର ରାମଚଣ୍ଡୀ ମନ୍ଦିରଠାରେ କୁଲତା ସମାଜ ଆନୁକୂଲ୍ୟରେ ମା’ ରଣେଶ୍ୱର ରାମଚଣ୍ଡୀଙ୍କ ବାସନ୍ତିକ ଚୈତ୍ର ଯାତ୍ରା ସଂପନ୍ନ ହୋଇଯାଇଛି । ପ୍ରଥମେ ମା’ ରଣେଶ୍ୱର ରାମଚଣ୍ଡୀଙ୍କ ଧ୍ବଜା ଦେଉଲୀ ଗ୍ରାମରୁ ଅଣାଯାଇ ପାଇକମାଲ ମୁଖ୍ୟ ଛକ ପହଞ୍ଚି ପରେ କୁଲତା ସମାଜ ଯୁବ ସଂଗଠନ ତରଫରୁ ଧୂଜାକୁ ପୂଜାର୍ଚ୍ଚନା କରାଯାଇ ସ୍ବାଗତ କରିବା ସହିତ ଘଣ୍ଟ, ଶଙ୍ଖ ଧ୍ବନିରେ ମନ୍ଦିର ନିକଟକୁ ପାଛୋଟି ନିଆଯାଇ ପୂଜାର୍ଚ୍ଚନା କରାଯାଇଥିଲା । ପୂଜାରେ ଯଶୋବନ୍ତ ପ୍ରଧାନ ଓ ଧର୍ମପତ୍ନୀ ଦମୟନ୍ତୀ ପ୍ରଧାନ ବସିଥିବା ବେଳେ ପଣ୍ଡିତ ଭାବରେ ମିତ୍ରଭାନୁ ଦେବତା ପୂଜାକାର୍ଯ୍ୟ ସମ୍ପାଦନ କରିଥିଲେ । ଏହି ଚୈତ୍ରଯାତ୍ରା ଉତ୍ସବରେ ଅଞ୍ଚଳର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ । କୁଲତା ସମାଜର ଯୁବ ସଂଗଠନ ସଭାପତି ବୁଲୁ ବାରିକ, ସଂପାଦକ ଭୁବନେଶ୍ବର ସାହା, କୋଷାଧ୍ୟକ୍ଷ କେଶବ ସାହୁ, ମନ୍ଦିର ପୂଜକ ଉଦ୍ଧବ ପ୍ରଧାନ, ଯୋଗେନ୍ଦ୍ର ଭୋଇ, ଇନ୍ଦ୍ରଜିତ ଭୋଇ, ବିଜୟ ପ୍ରଧାନ, ଚିତ୍ତ ପ୍ରଧାନ, କର୍ମୁ ବିଶ୍ବାଳ, ଦିବାକର ଗଡତିଆ, ଡୋଲାମଣୀ ବଢେଇ, ଟିକେଲାଲ ସାହୁ ପ୍ରମୁଖ ପରିଚାଳନା କରିଥିଲେ । ମା’ ରଣେଶ୍ବର ରାମଚଣ୍ଡୀଙ୍କ ଚୈତ୍ରଯାତ୍ରା ପୂଜାରେ ଭୋଲାନାଥ ପ୍ରଧାନ ଓ ଟାଇଲ ଚନ୍ଦ୍ର ଭୋଇ ମୁଖ୍ୟ ଦାୟିତ୍ବ ତୁଲାଇବା ସହିତ ଅଞ୍ଚଳର ଜନ ସାଧାରଣ ଯୋଗଦାନ ହେତୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.