jsm

“ଭୀମ ସମ୍ମାନ”ରେ ସମ୍ମାନୀତ ହେଲା ସ୍ୱେଚ୍ଛାସେବୀ ଅନୁଷ୍ଠାନ ନିଷ୍ଠା ପରିବାର

csstore

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : “ଭୀମ ଉତ୍ସବ” ପାଳନ ଅବସରରେ ଡ.ଆମ୍ବେଦକର ଯୁବା ସଂଘ, ବରଗଡ ଜିଲ୍ଲା ଦ୍ବାରା ଅଗ୍ରଣୀ ସ୍ବେଚ୍ଛାସେବୀ ସଂଗଠନ ନିଷ୍ଠା ପରିବାରକୁ ରକ୍ତଦାନ, ନିରନ୍ତର ସାମାଜିକ କାର୍ୟ୍ୟ ତଥା ସମାଜ ସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଘୁଲିପାଲି ଛକ, ବରଗଡଠାରେ ‘ଭୀମ ସମ୍ମାନ-୨୦୨୨’ରେ ସମ୍ମାନିତ କରିଥିଲେ । ନିଷ୍ଠା ପରିବାରକୁ ନିମନ୍ତ୍ରଣ କରି ଏହି ସମ୍ମାନ ପ୍ରଦାନ କରିଥିବାରୁ ନିଷ୍ଠା ପରିବାର ତରଫରୁ ଅନେକ ଅନେକ ଧନ୍ୟବାଦ ଓ କୃତଜ୍ଞତା ଜ୍ଞାପନ କରୁଅଛୁ । ଏହି ସମ୍ମାନ ଆମ ପରିବାରକୁ ସାମାଜିକ କାର୍ଯ୍ୟ କରିବାରେ ନିଶ୍ଚିତ ଭାବରେ ପ୍ରେରଣାଦାୟୀ ହେବ ଏବଂ ଆମର ଦାୟିତ୍ବ ବୋଧ ତଥା କର୍ତ୍ତବ୍ୟ ପାଳନକୁ ବହୁ ଗୁଣିତ କରିବ । ଏହି ସମ୍ମାନ ଗ୍ରହଣ କରିବା ପାଇଁ ନିଷ୍ଠା ପରିବାରର ମହିଲା ଶାଖାର ସଂଯୋଜିକା ତ୍ରିପୁରା ସୁହୁଲା, ରୀନା ମହାରଣା, ରୀତୁ ସାନନ୍ ଓ ସଂକେତ ଆଠଘରା ଯୋଗଦାନ କରିଥିଲେ ।

yuvodaya
Leave A Reply

Your email address will not be published.