ବାବାସାହେବ ଆମ୍ୱେଦକରଙ୍କ ଜୟନ୍ତୀ ମହାଆଡ଼ମ୍ବରରେ ପାଳିତ

ପାଟଣାଗଡ଼, (ଗୋରେଖନାଥ ବରିହା) : ବାବାସାହେବ ଡ଼ ଆମ୍ୱେଦକରଙ୍କ ୧୩୧ତମ ଜୟନ୍ତୀ ପାଟଣାଗଡ଼ରେ ମହାଆଡ଼ମ୍ବରରେ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ସ୍ଥାନୀୟ ଅଞ୍ଚଳ ସମେତ କଳାହାଣ୍ଡି, ବରଗଡ଼, ନୂଆପଡ଼ା, କୋରାପୁଟ ଓ ରାଜ୍ୟ ବାହାରୁ ହଜାର ହଜାର ଲୋକ ଆସି ଯୋଗ ଦେଇଥିଲେ । “ପାଟଣାଗଡ଼ ଆମ୍ୱେଦକର ଜୟନ୍ତୀ କମିଟି” ଏବଂ ‘ଉପଖଣ୍ଡସ୍ତରୀୟ ଲକ୍ଷେଘର ଗଣ୍ଡା ସମାଜ’ ସଭାପତି ତଥା ପଶ୍ଚିମ ଓଡ଼ିଶାର ଜଣାଶୁଣା ନେତା ଦୀକ୍‌ସନ ନନ୍ଦଙ୍କ ନେତୃତ୍ୱରେ ଏକ ବିଶାଳ ପଦଯାତ୍ରାରେ ବାହାରି ପାଟଣାଗଡ଼ ଗଡଭିତର ପଡ଼ିଆଠାରୁ ରମାଇ ହାଇସ୍କୁଲ ପଡ଼ିଆ ଯାଏ ରେଲି ହୋଇଥିଲା । ଏହି ପଦଯାତ୍ରାରେ ପ୍ରାୟ ୨୫ ଟି ବାଜା ଦଳ ସହ ପ୍ରାୟ ୬ହଜାରରୁ ଅଧିକ ଲୋକ ସାମିଲ ହୋଇଥିଲେ । ଏହି ଉତ୍ସବରେ ପାଟଣାଗଡ ଉପଜିଲ୍ଲାପାଳ ଡ. ବିଜୟାନନ୍ଦ ସେଠୀ, ବରିଷ୍ଠ ପ୍ରଶାସନିକ ଅଧିକାରୀ ତାରଣୀ ସୁନା, ଆସିଷ୍ଟାଣ୍ଟ ପ୍ରଫେସର ମନୋଜ ବାଗ, ପାଟଣାଗଡ଼ ବ୍ଲକ ଅଧ୍ୟକ୍ଷ ନୀଳକଣ୍ଠ ବାଗ, ବେଲପଡା ବ୍ଲକ ଅଧ୍ୟକ୍ଷ ଟିନା କୁମ୍ଭାର, କମିଟି ସଚିବ ଜୟନ୍ତ କୁମ୍ଭାର ଏବଂ ପ୍ରତ୍ୟେକ ଗ୍ରାମ ପଞ୍ଚାୟତର ବହୁ ବରିଷ୍ଠ ସଦସ୍ୟ ଯୋଗ ଦେଇଥିଲେ ।

Comments are closed, but trackbacks and pingbacks are open.