oom

ଗଞ୍ଜାମ ବ୍ଲକ ଗାଁ ସାଥୀ ସଂଘର ୫ ଦଫା ଦାବୀ ନେଇ ଫେରାଦ

jsmm

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ବ୍ଲକ ଗାଁ ସାଥୀ(ମେଟ)ସଙ୍ଘ ପକ୍ଷରୁ ୫ ଦଫା ଦାବୀ ନେଇ ଗଞ୍ଜାମ ବ୍ଲକ କାର୍ଯ୍ୟାଳୟରେ ପହଞ୍ଚି ବ୍ଲକ ଅଧ୍ୟକ୍ଷା ଶର୍ମିଷ୍ଠା ପ୍ରଧାନ ଓ ବ୍ଲକ ଗୋଷ୍ଟୀ ଉନ୍ନୟନ ଅଧିକାରୀ ବିଶ୍ୱଜିତ ରାୟଙ୍କ ନିକଟରେ ଫେରାଦ ହୋଇଛନ୍ତି ।ତତ୍‌ ସହିତ ନବ ନିର୍ବାଚିତ ଅଧ୍ୟକ୍ଷା ଓ ଉପାଧ୍ୟକ୍ଷ ଅନ୍ତର୍ଯ୍ୟାମୀ ବେହେରାଙ୍କୁ ପୁଷ୍ପଗୁଛ ଦେଇ ଶୁଭେଛା ଜଣାଇଥିଲେ । ମାନେରେଗା କାର୍ଯ୍ୟରେ ତଦାରଖ ପାଇଁ ୨୦୦୮ ମସିହାରେ ରାଜ୍ୟ ସରକାରଙ୍କ ବିଜ୍ଞପ୍ତି ବଳରେ ପ୍ରତ୍ୟେକ ରାଜସ୍ୱ ଗ୍ରାମରୁ ସର୍ବାଧିକ ଶିକ୍ଷାଗତ ଆଧାରରେ ଚୟନ ହୋଇ ଦୀର୍ଘ ୧୩ ବର୍ଷଧରି ମନରେଗା କାର୍ଯ୍ୟକୁ ସଫଳ ଭାବେ କାର୍ଯ୍ୟକାରୀ କରି ଆସୁଥିବା ବେଳେ ବର୍ତ୍ତମାନ କିଛି ନବ ନିର୍ବାଚିତ ସରପଞ୍ଚ ଆଗରୁ କାର୍ଯ୍ୟକାରୀ ଆସୁଥିବା ଆମ ଗାଁ ସାଥୀଙ୍କୁ ବାଦଦେଇ ନିଜର କିଛି ଅନୁଗତଙ୍କ ଦ୍ଵାରା ମନରେଗା କାର୍ଯ୍ୟ କରୁଛନ୍ତି ବୋଲି ଅଭିଯୋଗ କରିଛନ୍ତି । ଏହା ସହ ପାଞ୍ଚ ଦଫା ଦାବୀ ସମ୍ବଳିତ ସ୍ମାରକ ପତ୍ର ପ୍ରଦାନ କରାଯାଇଛି । କାର୍ଯ୍ୟରତ ସମସ୍ତ ଗାଁ ସାଥୀ(ମେଟ)ମାନଙ୍କ ଦ୍ୱାରା ଏମ୍‌ଜିଏନ୍‌ଆରଇଜିଇ କାର୍ଯ୍ୟକୁ ସମ୍ପାଦନ କରିବା ପାଇଁ ସରପଞ୍ଚ ମାନଙ୍କୁ ଚିଠି କରାଯାଉ ।
୨୦୨୧-୨୨ ବର୍ଷର ବକେୟା ଥିବା ଗାଁ ସାଥୀ ମାନଙ୍କ ମଜୁରୀ ଧାର୍ଯ୍ୟଥିବା ସମୟ ସୀମା ମଧ୍ୟରେ ଅନ ଲାଇନରେ ଏଣ୍ଟ୍ରି କରାଯାଉ ।ରେଜିଷ୍ଟେଡ଼ ଗାଁ ସାଥୀମାନଙ୍କ ଦ୍ୱାରା ଏନ୍‌ଏମ୍ଏମ୍ଏସ୍‌ କରାଯାଉ । ସମସ୍ତ ଗାଁ ସାଥୀମାନଙ୍କୁ ପରିଚୟପତ୍ର ପ୍ରଦାନ କରାଯାଉ । ଏନ ଗୋଇଂ ପ୍ରୋଜେକ୍ଟକୁ କ୍ଲୋଜ କରିବା ପୂର୍ବରୁ ଗାଁ ସାଥୀମାନଙ୍କୁ ଅବଗତ କରାଯାଉ ବେଲେି ଦାବୀ କରିଛନ୍ତି । ପ୍ରମୁଖ ୫ ଦଫା ଦାବୀ ସମ୍ବଳିତ ପତ୍ର ପ୍ରଦାନ ବେଳେ ସଙ୍ଘ ସଭାପତି ଦଣ୍ଡପାଣି ଦାସ, ସମ୍ପାଦକ ବସନ୍ତ କୁମାର ଚାନ୍ଦ, କୋଷାଧ୍ୟକ୍ଷ କେ.ଲିଙ୍ଗରାଜ ରେଡି, ପ୍ରଶ୍ନ କୁମାର ନାୟକ, ରମେଶ ଚନ୍ଦ୍ର ବେହେରା, ସତ୍ୟ ପ୍ରଧାନ, ପ୍ରକାଶ ନାହାକ, ଜଗନ୍ନାଥ ବେହେରା, ସୋମନାଥ ପ୍ରଧାନ, ଅଭିରାମ ପ୍ରଧାନ, ପ୍ରକାଶ ପ୍ରଧାନ, ରାଜୀବ ଗୌଡ଼, ବିମଳ ପରିଡା, ଜେ. ସେବତୀ, ସନ୍ତୋଷ କୁମାର ଦାସ, ଭ୍ରମରବର ଗୌଡ଼, ବଂଆମ୍ବର ସାହୁ, ନିରଞ୍ଜନ ବେହେରା, ସନ୍ୟାସୀ ପଲାଇ, ବି.ଭାସ୍କର ପାତ୍ର, ଧନଞ୍ଜୟ ପ୍ରଧାନ, ଜେ. ଗୋପାଳ ପାତ୍ର, ଡି.ପ୍ରଦୀପ କୁମାର ରେଡି, ଦୀପକ କୁମାର ସାହୁ, ବୈକୁଣ୍ଠ ମହାରଣା ପ୍ରମୁଖଙ୍କ ସହ ଅନ୍ୟ ଗାଁ ସାଥୀମାନେ ଉପସ୍ଥିତ ରହିଥିଲେ ।

jittmm
Leave A Reply

Your email address will not be published.