csstore

ଗଞ୍ଜାମ ଓ ହୁମ୍ମା ସଲଟ କଲେଜରେ ଆତ୍ମସୁରକ୍ଷା ତାଲିମ ଶିବିର

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଗଂଜାମ କନିଷ୍ଠ ମହାବିଦ୍ୟାଳୟଠାରେ ଆତ୍ମସୁରକ୍ଷା ତାଲିମ ଶିବିର ଉଦଘାଟିତ ହୋଇଯାଇଛି । ଏହି ଶିବିରକୁ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼ଃ.ପ୍ରବୀଣ କୁମାର ନନ୍ଦ ଉଦ୍‌ଘାଟନ କରିଥିଲେ । ଆତ୍ମ ସୁରକ୍ଷା ସଂଯୋଜିକା ମମତା ପାଢ଼ୀ ଓ ଡ଼ଃ.ଅଶ୍ମିତା ପଟ୍ଟନାୟକ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ । ପ୍ରାଧ୍ୟାପକ ଡ଼ଃ.ପୁରୁଷୋତ୍ତମ ସାହୁ ଆତ୍ମ ସୁରକ୍ଷା ସମ୍ପର୍କରେ ଆଲୋକପାତ କରିଥିଲେ । ଏହି ଶିବିରରେ ୧୦୦ ଜଣ ଯୁକ୍ତଦୁଇ ଛାତ୍ରୀ ତାଲିମ ନେବାର କାର୍ଯ୍ୟକ୍ରମ ରହିଛି । ସୁଶ୍ରୀ ରିତା ଦାସ ପ୍ରଶିକ୍ଷିକା ଭାବେ ତାଲିମ ପ୍ରଦାନ କରିଛନ୍ତି । ସେହିପରି ଗଞ୍ଜାମ ବ୍ଲକ ଅନ୍ତର୍ଗତ ହୁମ୍ମା ସଲଟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଛାତ୍ରୀ ଆତ୍ମ ସୁରକ୍ଷା ତାଲିମ ଶିବିର ଉଦ୍‌ଘାଟିତ ହୋଇଯାଇଛି । ଏଥିରେ କଲେ ଅଧ୍ୟକ୍ଷ ଡ଼ଃ.ନିରଞ୍ଜନ ରଥ ସଭାପତିତ୍ୱ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ଗଂଜାମ ବ୍ଲକ ଅଧ୍ୟକ୍ଷା ଶର୍ମିଷ୍ଠା ପ୍ରଧାନ, ସମ୍ମାନିତ ଅତିଥି ରୂପେ ପୂର୍ବତନ ବ୍ଲକ ଅଧ୍ୟକ୍ଷ ସୁରଥ ପାହାନ ମୁଖ୍ୟବକ୍ତା ହୁମ୍ମା ସଲଟ ମହାବିଦ୍ୟାଳୟ ପରିଚାଳନା କମିଟି ସଭାପତି ରଘୁନାଥ ସାହୁ ପ୍ରମୁଖ ମଞ୍ଚାସୀନ ହୋଇ ଛାତ୍ରୀ ମାନଙ୍କୁ ଆତ୍ମ ସୁରକ୍ଷା ଦିଗରେ ସୁଚିନ୍ତିତ ମତାମତ ପ୍ରଦାନ କରିବାକୁ ଯାଇ ଶୃଙ୍ଖଳିତ ସମାଜ ଗଠନରେ ଛାତ୍ରୀମାନଙ୍କ ଭୂମିକା ଅତ୍ୟନ୍ତ ଗୁତୁତ୍ୱପୂର୍ଣ୍ଣ ବୋଲି ଦିଗଦର୍ଶନ ଦେଇଥିଲେ । ଶିବିରର ସଂଯୋଜିକା ଇଂରାଜୀ ଅଧ୍ୟାପିକା ବନିତା କୁମାରୀ ଶତପଥି ଛାତ୍ରୀ ମାନଙ୍କୁ ନିଜକୁ ସୁରକ୍ଷା କିପରି ଦେଇ ପାରିବେ ମାର୍ଗ ଦେଖାଇଥିଲେ । ମହାବିଦ୍ୟାଳୟର ବରିଷ୍ଟ ଅଧ୍ୟାପକ ଗୌରହରି ବେହେରା ଅତିଥି ପରିଚୟ ପ୍ରଦାନ କରିଥିଲେ । ବରିଷ୍ଟ ଅଧ୍ୟାପକ ଭରତ ନାହାକ ଧନ୍ୟବାଦ ଅର୍ପଣ କରିଥିଲେ । ମହାବିଦ୍ୟାଳୟର କର୍ମଚାରୀ ମାନେ ପରିଚାଳନା କରିଥିଲେ । ଶେଷରେ ପ୍ରଶିକ୍ଷିକା ରିତା ଦାସ ଶିବିରରେ ଯୋଗଦେଇ ଆତ୍ମ ସୁରକ୍ଷା ତାଲିମ ପ୍ରଦାନ କରିଥିଲେ ।

jayashree
Leave A Reply

Your email address will not be published.