oom

ଯୁବକଣ୍ଠ ଶିଳ୍ପୀ ସୁମନଙ୍କ ଶୁଭ ମନାସି ସାମୂହିକ ଦୀପ ପ୍ରଜ୍ୱଳନ

jsmm

ମ.ରାମପୁର, (ହେମନ୍ତ ସାହୁ) : କିଡ଼ନୀ ରୋଗରେ ଆକ୍ରାନ୍ତ ଯୁବକଣ୍ଠ ଶିଳ୍ପୀ ସୁମନ ଶେଖରଙ୍କ ପାଇଁ ଏବେ ଚାରିଆଡ଼େ ବିଭିନ୍ନ କାର୍ଯ୍ୟକ୍ରମ କରାଯାଉଛି । ଅର୍ଥ ସଂଗ୍ରହ କରି ସୁମନଙ୍କୁ ସହାୟତାର ହାତ ବଢାଉଛନ୍ତି ସୁମନ ପ୍ରେମୀମାନେ । ଗତକାଲି ସୁମନଙ୍କ ବାପା ରମେଶଚନ୍ଦ୍ର ମିଶ୍ର ଜଣେ ଆଦର୍ଶ ଶିକ୍ଷକ ହୋଇଥିବାରୁ ସେ ଶିକ୍ଷକତା କରୁଥିବା ମ.ରାମପୁର ବ୍ଲକ କେନ୍ଦୁବନ୍ଧଠାରେ ଥିବା ଗିରିଗୋବର୍ଦ୍ଧନ ହାଇସ୍କୁଲର ସହକର୍ମୀ, ପୁରାତନ ତଥା ବର୍ତ୍ତମାନ ଅଧ୍ୟୟନରତ ଛାତ୍ରଛାତ୍ରୀମାନେ ମିଶି ସମୂହ ଦୀପ ପ୍ରଜ୍ୱଳନ ସହିତ ସୁମନଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି । ବିଦ୍ୟାଳୟର ପ୍ରଧାନଶିକ୍ଷକ ନନ୍ଦ କିଶୋର ସାହୁଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମନ୍ଦିର ପୂଜକ ଝସ୍ କେତନ ତ୍ରିପାଠୀ, ବାବା ଜୟକୃଷ୍ଣ ଦାସ, ପୁରାତନ ଛାତ୍ର ଭବାନୀ ଶଙ୍କର ସାହୁ, ସହକର୍ମୀ, ପୂଜା କମିଟିର ଭକ୍ତ ବୃନ୍ଦ ପ୍ରମୁଖ ଉପସ୍ଥିତ ରହି ସମସ୍ତ କାର୍ଯ୍ୟକ୍ରମ ପରିଚାନଳାରେ ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.