କବିତା ସଙ୍କଳନ ‘ସରିନାହିଁ ପ୍ରେମ’ ଉନ୍ମୋଚିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ମା’ ଓ ମାଟିର ସ୍ମୃତି, ଅନୁଭୂତିର ନିଚ୍ଛକ ଛବିକୁ ଜୀବନର ମନ୍ତ୍ର କରିଥିବା କବି ତଥା ଅଧ୍ୟାପକ ଡ. ଜଗନ୍ନାଥ ସାହୁଙ୍କ ଦ୍ୱିତୀୟ କବିତା ସଙ୍କଳନ ‘ସରିନାହିଁ ପ୍ରେମ’ ନିଜ ଜନ୍ମ ମାଟି ରେଙ୍ଗାଲି ଠାରେ ନିଜ ମା’ ବାପାଙ୍କ କରକମଳରେ ଉନ୍ମୋଚିତ ହୋଇଯାଇଛି । ସୂଚନା ଯୋଗ୍ୟ ଯେ, ସର୍ବଦା ମାଟି ବାସ୍ନା ପ୍ରତି ଆକୃଷ୍ଟ କବି ଡ. ସାହୁଙ୍କ ଗଳ୍ପ ଓ ଗୀତ କ୍ଷେତ୍ରରେ ମଧ୍ୟ ମାଟି ମନସ୍କତା ତଥା ଗାଁ ପ୍ରଚ୍ଛନ୍ନ ଚିତ୍ରପଟ୍ଟର ଚିହ୍ନ ଦେଖିବାକୁ ମିଳେ । ପ୍ରଫେସର ଡ. ଆଦିକନ୍ଦ ସାହୁ ଏହି କବିତା ସଙ୍କଳନର ମୁଖବନ୍ଧ ଲେଖିଥିବା ବେଳେ ସଙ୍କଳନରେ ୩୧ ଗୋଟି କବିତା ସ୍ଥାନ ପାଇଛି ।

Leave A Reply

Your email address will not be published.