ରକ୍ତଦାନ କରି ଜୀବନ ବଞ୍ଚାଇଲେ ଅଂଶୁମାନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ରକ୍ତଦାନ କରି ଜୀବନ ବଞ୍ଚାଇଲେ ଅଂଶୁମାନ ସାହୁ । ସୂଚନା ଅନୁସାରେ ଜଣେ ମହିଳାଙ୍କ ଏ ବିଜୁକ୍ତ ରକ୍ତ ପାଟଣାଗଡ ଡାକ୍ତରଖାନାରେ ନମିଳିବାରୁ ତାଙ୍କୁ ବଲାଙ୍ଗିର ଜିଲ୍ଲା ଭୀମ ଭୋଇ ମେଡିକାଲ କଲେଜକୁ ସ୍ଥାନାନ୍ତର କରାଯାଇଥିଲା । ଏଠାରେ ମଧ୍ୟ ରକ୍ତ ଭଣ୍ଡାରରେ ବିରଳ ରକ୍ତ ଗଚ୍ଛିତ ନଥିଲା ରୋଗୀର ସମ୍ପର୍କୀୟ ମାନେ ନାରୀ ଶକ୍ତି ଫାଉଣ୍ଡେସନର କର୍ମକର୍ତ୍ତାଙ୍କୁ ଯୋଗାଯୋଗ କରିବା ପରେ ବହୁତ ଖୋଜା ଖୋଜି କରିସାରିବା ପରେ ଅଂଶୁମାନ ସାହୁଙ୍କ ସେହି ଗ୍ରୁପ୍ ଜାଣିବାକୁ ପାଇଲେ ଓ ଯୋଗାଯୋଗ କରିବା ପରେ ସେ ସଙ୍ଗେ ସଙ୍ଗେ ଆସି ରକ୍ତ ଦେବା ପାଇଁ ରାଜି ହୋଇ ଗଲେ । ରକ୍ତଦେଇ ଜଣେ ମହିଳାଙ୍କ ଜୀବନ ବଞ୍ଚାଇବାରେ ସାହାଯ୍ୟ କରିଥିବାରୁ ପ୍ରଶଂସାର ସୁଅ ଛୁଟୁଛି ।

Leave A Reply

Your email address will not be published.