csstore

ବଲାଙ୍ଗିର ଜିଲ୍ଲା ପେକ୍ସ ଗୁଡିକର ବିଭିନ୍ନ ପଦବୀ ନିଯୁକ୍ତିରେ ଦୁର୍ନୀତି ଅଭିଯୋଗ : ଭିଜିଲାନ୍ସ ତଦନ୍ତ ଦାବୀ

ଲୋଇସିଂହା, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାର ଲୋଇସିଂହା ଓ ଆଗଲପୁର ବ୍ଳକର ବିଭିନ୍ନ ପେକ୍ସ(ପ୍ରାଥମିକ କୃଷି ସମବାୟ ସମିତି)ରେ କେତେକ ପଦବୀ ନିଯୁକ୍ତିରେ ବ୍ୟାପକ ଅନିୟମିତା ହୋଇଥିବା ଅଭିଯୋଗ ହୋଇଛି । ଲୋଇସିଂହା ବ୍ଲକର ସରଗାଡ଼ ଓ କୁଶମେଲ ପେକ୍ସ ଦାୟିତ୍ୱରେ ଥିବା ଅନଭିଜ୍ଞ ସହକାରୀ ସମ୍ପାଦକଙ୍କୁ ସମ୍ପାଦକ ଭାବେ ଦାୟିତ୍ୱ ଦିଆଯିବା ସହିତ ଆର୍ଥିକ କ୍ଷମତା ପ୍ରଦାନ କରାଯାଇଛି । ଏଥିପାଇଁ ପ୍ରଶାସକ ସ୍ତରରେ ବ୍ୟାପକ ଅର୍ଥ କାରବାର ହୋଇଥିବା ଅଭିଯୋଗ ହେଉଛି । ସେହିପରି ଯୋଗୀସର୍ଡା ଓ ଲୋଇସିଂହା ପେକ୍ସରେ ସହକାରୀ ସମ୍ପାଦକ ଏବଂ ବୁର୍ଡା ପେକ୍ସରେ ଅସ୍ଥାୟୀ ପିଅନ ନିଯୁକ୍ତି ନେଇ ବ୍ୟାପକ ଅର୍ଥ କାରବାର ହୋଇଛି । ଏପରିକି ଲୋଇସିଂହା ଓ ଆଗଲପୁର ବ୍ଲକର ଅଧିକାଂଶ ପେକ୍ସରେ ପିଅନ, ଡିଇଓ ଏବଂ ରାତ୍ର ଜଗୁଆଳିଙ୍କ ଦରମା ବୃଦ୍ଧି କରାଯାଇ ଏରିଅର୍‌ କରାଯିବା ଆଳରେ ସେମାନଙ୍କ ଠାରୁ ଟଙ୍କା ଅସୁଲି କରାଯାଇଥିବା ନେଇ କିଛି ପେକ୍ସ କର୍ମଚାରୀ ନିଜ ନାମ ଗୋପନ ରଖିବା ସର୍ତ୍ତରେ ନିଜ ଦୁଃଖ କଥା ବଖାଣିଛନ୍ତି । ଏହା ସମବାୟ ବିଭାଗରେ ଚାଲିଥିବା ବଡ଼ ଧରଣର ଦୁର୍ନୀତିକୁ ଇଙ୍ଗିତ କରୁଛି । ଏ ନେଇ ସୂଚନା ଅଧିକାର ଅଧିନିୟମ ଅନୁଯାୟୀ ସୂଚନା ପାଇବା ପାଇଁ ଆବେଦନ କରାଯାଇଥିଲେ ହେଁ ଆବେଦନକାରୀଙ୍କୁ ତାହା ଅଦ୍ୟାବଧି ମିଳିପାରି ନାହିଁ । ବିଶେଷ କରି ଲୋଇସିଂହା, ଯୋଗୀସର୍ଡା, ବୁର୍ଡା, କୁଶମେଲ, କନ୍ଦାଜୁରୀ, ସରଗାଡ଼, ବଡ଼ଟିକା, ସାଲେଭଟା ପେକ୍ସର ବିଭିନ୍ନ ପଦବୀ ନିଯୁକ୍ତିରେ ହୋଇଥିବା ଦୁର୍ନୀତିର ଏକ ଭିଜିଲାନ୍ସ ସ୍ତରୀୟ ତଦନ୍ତ ପାଇଁ ଦାବୀ ହେଉଛି ।

jayashree
Leave A Reply

Your email address will not be published.