ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ପୁଣ୍ୟ ତିଥିରେ ଶ୍ରଦ୍ଧାଞ୍ଜଳି

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ଜନ୍ମମାଟି ବରପାଲିଠାରେ କବି ଗଙ୍ଗାଧର ମେହେର ସ୍ମୃତି ସଦନ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା । ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ପୁଣ୍ୟ ତିଥିରେ ତାଙ୍କ ସମାଧି ପୀଠରେ ପୁଷ୍ପ ମାଲ୍ୟାର୍ପଣ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା । ସେହିପରି ଜନ୍ମ ସ୍ଥାନ କବି କୁଟୀର, ପ୍ରତିମୂର୍ତ୍ତିରେ ସ୍ୱଭାବ କବି ଗଙ୍ଗାଧର ମେହେର ସ୍ମୃତି ସଦନରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଯୋଗଦେଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । କବିଙ୍କ ଅଣ ନାତି ମହେନ୍ଦ୍ର କୁମାର ମେହେର, ନିରଞ୍ଜନ ମେହେର, ଡଃ ସୁରେନ୍ଦ୍ର ମେହେର, ରୋହିତ ମହାରଣା, ହରାଧନ ମେହେର, ତରଣୀସେନ ମେହେର, ବୀରେନ୍ଦ୍ର ନାଗ, ଡଃ ସୁବଳ ମାଝୀ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.