ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ପରୀକ୍ଷା ପେ ଚର୍ଚ୍ଚା କାର୍ଯ୍ୟକ୍ରମ ଅନୁଷ୍ଠିତ

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ସୁବର୍ଣ୍ଣପୁର ଜିଲ୍ଲା ଗ୍ରନ୍ଥାଗାର ପ୍ରେକ୍ଷାଳୟରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ “ପରୀକ୍ଷା ପେ ଚର୍ଚ୍ଚା ୨୦୨୨”ର ସିଧା ପ୍ରସାରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଆଭାସୀ କାର୍ଯ୍ୟକ୍ରମରେ ସୁବର୍ଣ୍ଣପୁର କେନ୍ଦ୍ରୀୟ ବିଦ୍ୟାଳୟର ଛାତ୍ରଛାତ୍ରୀ ଓ ଶିକ୍ଷକ-ଶିକ୍ଷୟିତ୍ରୀ ଉପସ୍ଥିତ ରହି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ପରୀକ୍ଷା ସଂପର୍କୀତ ବକ୍ତବ୍ୟ ଶୁଣିବା ସହ ପରୀକ୍ଷା ସମ୍ବନ୍ଧୀୟ ପ୍ରସ୍ତୁତି ତଥା ପ୍ରାୟୋଗିକ ଜ୍ଞାନର ବ୍ୟବହାରିକ ଦିଗ ଉପରେ ଦେଇଥିବା ପରାମର୍ଶକୁ ଗ୍ରହଣ କରିଛନ୍ତି । ସୁବର୍ଣ୍ଣପୁର କେନ୍ଦ୍ରୀୟ ବିଦ୍ୟାଳୟର ଅଧ୍ୟକ୍ଷ ଅଶୋକ ସରଭଙ୍ଗାଙ୍କ ଉପସ୍ଥିତିରେ ନବମ, ଦଶମ, ଏକାଦଶ ଓ ଦ୍ୱାଦଶ ଶ୍ରେଣୀର ଅଧ୍ୟୟନରତ ଛାତ୍ରଛାତ୍ରୀ ପରୀକ୍ଷା ପେ ଚର୍ଚ୍ଚା କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଏହି ଅଭିନବ ତଥା ଯୁଗପୋଯୋଗୀ ଚର୍ଚ୍ଚାକୁ ଶିକ୍ଷକ ଓ ଛାତ୍ରଛାତ୍ରୀ ମହଲରେ ସ୍ୱାଗତ କରାଯାଇଥିବା ବେଳେ ଏହାଦ୍ୱାରା ପରୀକ୍ଷାକୁ ନେଇ ମାନସିକ ଏବଂ ବୌଦ୍ଧିକ ପ୍ରସ୍ତୁତି ଉପରେ ଅନେକ କିଛି ଜାଣିହେଲା ବୋଲି କହିଛନ୍ତି ।

Leave A Reply

Your email address will not be published.