oom

ଗଞ୍ଜାମ ପ୍ରେସ କ୍ଲବ ଓ ଦିଗଦର୍ଶନ ୟୁଥକ୍ଲବ ପକ୍ଷରୁ ଉତ୍କଳ ଦିବସ ପାଳିତ

jsmm

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ପ୍ରେସ କ୍ଲବ ଏବଂ ଦିଗଦର୍ଶନ ୟୁଥ କ୍ଲବ ଆନୁକୂଲ୍ୟରେ ଗଂଜାମ ସହରରେ ପବିତ୍ର ଉତ୍କଳ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ଉଭୟ ଅନୁଷ୍ଠାନର କର୍ମକର୍ତ୍ତା ଓ ସଦସ୍ୟ/ସଦସ୍ୟାମାନେ ସହରର ମଧ୍ୟଖଣ୍ଡ ସାହି ସ୍ଥିତ ଉତ୍କଳମଣି ଗୋପବନ୍ଧୁ ଦାସ ଓ ଭାରତୀ ବିଦ୍ୟାପୀଠରେ ଉତ୍କଳ ଗୌରବ ମଧୁବାବୁଙ୍କ ପ୍ରତିମୂର୍ତ୍ତୀରେ ପୁଷ୍ପମାଲ୍ୟ ଅର୍ପଣ କରି ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ତତ୍‌ସହିତ ପ୍ରେସକ୍ଲବ ଉପଦେଷ୍ଟା ତଥା ଦିଗଦର୍ଶନ ୟୁଥକ୍ଲବ ସଭାପତି ଉମାକାନ୍ତ ବେହେରାଙ୍କ ସଭାପତିତ୍ୱରେ ଏକ ସଭାରେ ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନ କରିବା ଦିଗରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ଓଡ଼ିଶାର ବରପୁତ୍ରମାନଙ୍କ ସ୍ମୃତିଚାରଣ କରାଯାଇ ଓଡ଼ିଶାବାସୀଙ୍କ ସୁଖ ସମୃଦ୍ଧି କାମନା କରାଯାଇଥିଲା । ପ୍ରେସକ୍ଲବ ସଭାପତି ଶବର କୁମାର ତରାଇ, ସମ୍ପାଦକ ବିଦ୍ୟାଧର ସାହୁ, ବଟକୃଷ୍ଣ ରାଉଳ, ଭାରତୀ ବିଦ୍ୟାପୀଠ ହିସାବ ରକ୍ଷକ ହରିହର ବାରିକ ପ୍ରମୁଖ ନିଜ ନିଜର ସୁଚିନ୍ତିତ ବକ୍ତବ୍ୟ ପ୍ରଦାନ କରିବା ସହ ଉତ୍କଳର ସେହି ମହାନ ଜନ ନାୟକଙ୍କ ଆଦର୍ଶରେ ଓଡ଼ିଶାବାସୀ ଅନୁପ୍ରାଣିତ ହୋଇ ଏକ ସମୃଦ୍ଧ ଓଡିଶା ଗଠନ କରିବାକୁ ମତବ୍ୟକ୍ତ କରିଥିଲେ । ୟୁଥକ୍ଲବ ସମ୍ପାଦିକା ତଥା ସମ୍ବାଦିକା ବିଜୟଲକ୍ଷ୍ମୀ ମହାଙ୍କୁଡ଼, କୋଷାଧ୍ୟକ୍ଷ ପ୍ରଦୀପ କୁମାର ପଣ୍ଡା, ରାକେଶ ରଞ୍ଜନ ଦାସ, ଛବିଲାଲ ସାହୁ, ୟୁଥ କ୍ଲବ ସହ ସମ୍ପାଦକ ସୁଦର୍ଶନ ପାଢ଼ୀ, ଉପସଭାପତି ରାକେଶ କୁମାର ନାୟକ, ପ୍ରେସ କ୍ଲବ ଉପସଭାପତି ମୁରଲୀ ପ୍ରଧାନ, ୟୁଥ କ୍ଲବ ସହ ସମ୍ପାଦକ ନିରଞ୍ଜନ ପରିଡା, କେ.ରଜନୀକାନ୍ତ ରେଡି, ନୀଳାଞ୍ଚଳ ସେନାପତି, ବନବାସୀ ସେଠି ପ୍ରମୁଖ ପ୍ରେସ କ୍ଲବ ଓ ୟୁଥକ୍ଲବ କର୍ମକର୍ତ୍ତା ଓ ସଦସ୍ୟ/ସଦସ୍ୟାମାନେ ଉପସ୍ଥିତ ରହିଥିଲେ ।

jittmm
Leave A Reply

Your email address will not be published.