ବିଭତ୍ସ ହତ୍ୟାକାଣ୍ଡ : ଘରେ ପଶି ଶାଶୁ ବୋହୂଙ୍କୁ ଗଳାକାଟି ହତ୍ୟା

ତୁଷୁରା, (କେପିଏନ୍‌ଏସ୍‌) : ତୁଷୁରା ନୂଆପଡ଼ାରେ ଏକ ବିଭତ୍ସ ହତ୍ୟାକାଣ୍ଡ ଘଟିଥିବା ସୂଚନା ମିଳିଛି । ଆଜି ମଧ୍ୟାହ୍ନରେ ଘରେ ପଶି ଦୁଇ ଜଣ ଦୁର୍ବୃତ୍ତ ଶାଶୁ ପ୍ରେମଶିଳା ମେହେର ଏବଂ ବୋହୂ ଅମ୍ବିକା ମେହେରଙ୍କୁ ଗଳାକାଟି ହତ୍ୟା କରିଥିବା ମିଳିଥିବା ଖବରରେ କୁହାଯାଇଛି । ଘରେ ପୁରୁଷ ଲୋକେ କେହି ନଥିବା ବେଳେ ଦୁର୍ବୃତ୍ତମାନେ ଘର ଭିତରକୁ ପଶି ଏଭଳି ବିଭତ୍ସ କାଣ୍ଡ ଭିଆଁଇଛନ୍ତି । ତେବେ ତୁଷୁରା ପୋଲିସ ଘଟଣା ସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଥିବା ବେଳେ ଏହି ଘଟଣା ସାରା ଅଂଚଳରେ ଚହଳ ସୃଷ୍ଟି କରିଛି । ଘଟଣାର କାରଣ ଅସ୍ପଷ୍ଟ ଥିବା ବେଳେ ଘଟଣା ସ୍ଥଳରୁ ଦୁର୍ବୃତ୍ତମାନେ ଫେରାର୍‌ ରହିଥିବା ସୂଚନାରେ କୁହାଯାଇଛି ।

Leave A Reply

Your email address will not be published.