oom

ବିଜେପୁରରେ ବ୍ଲକସ୍ତରୀୟ ବିଜ୍ଞାନ ପ୍ରଦର୍ଶନୀ : ୧୪୦ ପ୍ରକଳ୍ପ ପ୍ରଦର୍ଶିତ

jsmm

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ବିଜେପୁର ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ବ୍ଲକସ୍ତରୀୟ ବିଜ୍ଞାନ, ଗଣିତ, ପରିବେଶ ପ୍ରଦର୍ଶନୀ ଆଜି ଅନୁଷ୍ଠିତ ହୋଇଯାଇଛି । ଏଥିରେ ବ୍ଲକର ବିଭିନ୍ନ ବିଦ୍ୟାଳୟରୁ ମୋଟ ୧୪୦ଟି ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା । ଚାରପାଲି ୟୁଜିଏଚଏସର ଲିଜା ପଧାନ (୮ମ ଶ୍ରେଣୀ), ଟୁହିଲାମାଲ ପଞ୍ଚାୟତ ହାଇସ୍କୁଲର କୈଳାସ ଡନସନା (୯ମଶ୍ରେଣୀ), ପଥର୍ଲା ୟିଜିଏଚଏସର ସ୍ବାଗତ୍ କର(୧୦ମ ଶ୍ରେଣୀ), ଅଇଲପୁର ୟୁପି ସ୍କୁଲର ବିଦୁସ୍ମିତା ବିଶ୍ବାଳ (୬ଷ୍ଠ ଶ୍ରେଣୀ), ବଡବାଉଁଶେନ ୟୁପି ସ୍କୁଲର ସୋନିସ୍ବେତା ପଣ୍ଡା (୮ମ ଶ୍ରେଣୀ), କନପୁରୀ ୟୁପି ସ୍କୁଲର ମୀରା ଜାଲ (୬ଷ୍ଠ ଶ୍ରେଣୀ) ପ୍ରମୁଖ ଛାତ୍ରଛାତ୍ରୀଙ୍କ ପ୍ରକଳ୍ପ ଜିଲ୍ଲାସ୍ତରକୁ ମନୋନୀତ ହୋଇଛି । ଅଭିଷେକ ମହାକୁଡ,ପ୍ରତିଭାରାଣୀ ରଥ, ସତ୍ୟ ନାରାୟଣ ମିଶ୍ର, ଗୋପବନ୍ଧୁ ନାଏକ ବିଚାରକ ଭାବେ ଯୋଗ ଦେଇଥିଲେ । ଗୋଷ୍ଠୀ ଶିକ୍ଷା ଅଧିକାରୀ ସୁରେଶ କୁମାର ରାଉତ ରାୟଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ବିଜ୍ଞାନ ନିରୀକ୍ଷକ ମନୋଜ କୁମାର ସାହୁ ମୁଖ୍ୟ ଅତିଥି, ଜିଲ୍ଲା ବିଜ୍ଞାନ ସହ ନିରୀକ୍ଷକ ଭାର୍ଗବ ନାୟକ ସମ୍ମାନୀତ ଅତିଥି ଭାବେ ଯୋଗଦେଇ ଥିଲେ । ଗୋଷ୍ଠୀ ବିଜ୍ଞାନ ମଞ୍ଚର ସଂପାଦକ ମହେନ୍ଦ୍ର ଆଚାର୍ଯ୍ୟ ସ୍ବାଗତ ଭାଷଣ ଦେଇଥିବା ବେଳେ ବିଭୂତି ଭୂଷଣ ସାହୁ ଅତିଥି ପରିଚୟ ପ୍ରଦାନ କରିଥିଲେ । ନବୀନ କୁମାର ସାହୁ, ବାଲାଜୀ ରାଓ ମୋରେ, ସୀତାରାମ ଦୀପ, ସୁଶାନ୍ତ ଗଡତିଆ, ଡୋଲାମଣି କୁମ୍ଭାର, ସଦାନନ୍ଦ ଷଢଙ୍ଗୀ, ବିଡିଓ ସାହୁ, ହିମାଦ୍ରି ବେହେରା, ଭବାନୀ ଶଙ୍କର ସାହୁ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମନୋଜ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.