ଢେଙ୍କାନାଳ, (ତାପସ ଦାସ) : ଆଜି ଶ୍ରୀ ରାମଚନ୍ଦ୍ରପୁରଠାରେ ଚକ୍ଷୁ ଚିକତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି । ଢେଙ୍କାନାଳ ଜିଲ୍ଲା ଗଂଦିଆ ବ୍ଲକ ଅନ୍ତର୍ଗତ କାବେରା, ଆଙ୍କୁରୁଦା, ବରଦା, କରନ୍ଦା ଗ୍ରାମର ଲୋକମାନଙ୍କୁ ନେଇ ଢେଙ୍କାନାଳ କଳିଙ୍ଗ ଚକ୍ଷୁ ହସ୍ପିଟାଲରେ ମାଗଣା ମୋତିଆ ବିନ୍ଦୁ ଅପରେସନ କରାଯାଇ ଚଷମା ପ୍ରଦାନ କରାଯାଇଛି ।