csstore

ଦାଦନ ଶ୍ରମିକଙ୍କ ସ୍ୱାମୀ ମୃତ, ଝିଅ ବନ୍ଧକ

ନୂଆପଡା, (ନିରାକାର ମେହେର) : ନୂଆପଡା ଜିଲ୍ଲାରେ ଦିନକୁ ଦିନ ଦାଦନ ଶ୍ରମିକଙ୍କ ଦୁଃଖ ଲିଭୁ ନ ଥିବା ବେଳେ ପୁଣି ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି । ସୂଚନା ଅନୁସାରେ ବୋଡେନ ବ୍ଲକ ଫରସରା ଗ୍ରାମ ପଞ୍ଚାୟତ ଅଧୀନସ୍ଥ ସର୍ଗିଗୁଡ଼ା ଗ୍ରାମର କୈକେଇ ଜଗତ(୪୫) ଓ ତାଙ୍କ ଝିଅ ମଞ୍ଜୁଳା ଜଗତ(୧୭) ଦୁଇ ଜଣ ମାଁ ଝିଅ ହାଇଦ୍ରାବାଦ ସ୍ଥିତ କରିମ ନଗରକୁ ନିଜର ପେଟ ପାଟଣା ପାଇଁ ୭୦ ହଜାର ଟଙ୍କାରେ ଲାଠୋର ଗ୍ରାମର ନୀଳ ମେହେର ନାମକ ସର୍ଦାର ହାଇଦ୍ରାବାଦ ସ୍ଥିତ କରିବ ନଗର ସନ୍ତୋଷ ରାଉତ ନାମକ ଇଟାଭାଟି ମାଲିକଙ୍କ ପାଖରେ ଦୀର୍ଘ ୬ ମାସ ହେବ କାମ କରିବାକୁ ପଠାଇଥିଲା । କୈକେଇ ଜଗତଙ୍କ ସ୍ୱାମୀ ଜଗତରାମ ଜଗତ ବାକି ତିନିଟି ପୁଅ ଝିଅଙ୍କୁ ଧରି ସର୍ଗିଗୁଡ଼ା ଗ୍ରାମରେ ରହିଆସୁଥିଲେ । କିନ୍ତୁ ୨୫/୩/୨୦୨୨ରେ ହଠାତ୍‌ ଶ୍ରୀ ଜଗତଙ୍କ ମୃତ୍ୟୁ ହୋଇଯାଇଥିବା ବେଳେ କୈକେଇ ତାଙ୍କ ବଢିଲା ଝିଅ ମଞ୍ଜୁଳାଙ୍କୁ ସେଠାରେ ଛାଡି ତାଙ୍କ ଗ୍ରାମ ସର୍ଗିଗୁଡ଼ାକୁ ଆସି ତାଙ୍କ ସ୍ବାମୀଙ୍କ ଅନ୍ତେଷ୍ଟି କ୍ରିୟା କରିଥିଲେ । ମଞ୍ଜୁଳା ଜଗତଙ୍କୁ ଇଟାଭାଟି ମାଲିକ ବନ୍ଧକ ରଖି ନିର୍ଯ୍ୟାତନା ଦେବା ସହ ତାଙ୍କ ବାପାଙ୍କ ଅନ୍ତେଷ୍ଟି କ୍ରିୟାରେ ମାଟି ମୁଠାଏ ଦେବା ପାଇଁ ମଧ୍ୟ ଛାଡିଲା ନାହିଁ ବୋଲି କୈକେଇ ଜଗତ ଅଭିଯୋଗ କରିଛନ୍ତି ଏବଂ ତାଙ୍କ ବନ୍ଧକ ଥିବା ଝିଅ ମଞ୍ଜୁଳା ଜଗତଙ୍କୁ ଯଥା ଶୀଘ୍ର ତାଙ୍କ ଘରକୁ ଫେରାଇ ଆଣନ୍ତୁ ବୋଲି କାନ୍ଦି କାନ୍ଦି ରାଜ୍ୟ ସରକାରଙ୍କୁ ନିବେଦନ କରିଛନ୍ତି । ଯଦି ତାଙ୍କ ଝିଅ ମଞ୍ଜୁଳାଫେରି ନ ଆସେ ତା’ହେଲେ ଆତ୍ମହତ୍ୟା କରିଦେବି ବୋଲି ଗଣମାଧ୍ୟମ ପ୍ରତିନିଧିଙ୍କ ଆଗରେ ସୂଚନା ଦେଇଛନ୍ତି ।

jayashree
Leave A Reply

Your email address will not be published.