ଭାରସାମ୍ୟ ହରାଇ ଓଲଟିଲା ବସ୍ : ୧୫ରୁ ଅଧିକ ଯାତ୍ରୀ ଆହତ

ଢେଙ୍କାନାଳ, (ତାପସ ଦାସ) : ଢେଙ୍କାନାଳ ଜିଲ୍ଲା ବଣସିଂହ ନିକଟରେ ସମଲେଇ ନାମକ ଏକ ଯାତ୍ରୀବାହୀ ବସ୍ ଭାରସାମ୍ୟ ହରାଇ ରାସ୍ତା ପାର୍ଶ୍ୱକୁ ଓଲଟିପଡ଼ିଥିବା ଖବର ମିଳିଛି । ଏହି ଦୁର୍ଘଟଣାରେ ୧୫ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି । ଆହତ ଯାତ୍ରୀଙ୍କୁ ଉଦ୍ଧାର କରାଯାଇ ଢେଙ୍କାନାଳ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସୂଚନାନୁଯାୟୀ, ଢେଙ୍କାନାଳ ଜିଲ୍ଲା ବଣସିଂହ ନିକଟରେ ସମଲେଇ ନାମକ ଏକ ଯାତ୍ରୀବାହୀ ମିନି ବସ୍ ଦୁର୍ଘଟଣାଗସ୍ତ ହୋଇଛି । ପ୍ରାୟ ୩୫ଜଣ ଯାତ୍ରୀଙ୍କୁ ନେଇ ବଣସିଂହରୁ ଢେଙ୍କାନାଳକୁ ଦ୍ରୁତ ବେଗରେ ଆସୁଥିବା ସମଲେଇ ବସ୍‌ଟି ଭାରସାମ୍ୟ ହରାଇ ରାସ୍ତା ପାର୍ଶ୍ୱକୁ ଓଲଟି ପଡିଥିବା ଖବର ପାଇ ସ୍ଥାନୀୟ ଲୋକେ ବସ୍‌ରେ ଦୁର୍ଘଟଣାର ସମ୍ମୁଖୀନ ଯାତ୍ରୀମାନଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ଢେଙ୍କାନାଳ ମୁଖ୍ୟ ଡାକ୍ତରଖାନାକୁ ଚିକିତ୍ସା ପାଇଁ ପଠାଇଛନ୍ତି । ବସ୍‌ରେ ଥିବା ୩୫ରୁ ଅଧିକ ଯାତ୍ରୀଙ୍କ ମଧ୍ୟରୁ ୧୫ ଜଣ ଆହତ ହୋଇଥିବା ଜଣାପଡିଛି । ଆହତ ଯାତ୍ରୀମାନେ ତରଭା, ଖମାର ଓ ଢେଙ୍କାନଳ ସହର ଆଖପାଖର ବୋଲି ଜଣାପଡିଛି । ତେବେ ଦୁର୍ଘଟଣାରେ କାହାରି ପ୍ରଣାହାନୀ ହୋଇନଥିବା ଜଣାପଡିଛି ।

Leave A Reply

Your email address will not be published.