ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ପକ୍ଷରୁ ଭାରତୀୟ ସମ୍ବିଧାନ ସଭାର ଆଦିବାସୀ ପ୍ରତିନିଧି ଜୟପାଳ ସିଂ ମୁଣ୍ଡାଙ୍କ ୫୨ତମ ତିରୋଧାନ ଦିବସ ପାଳିତ

  • ଜୟପାଳ ସିଂ ମୁଣ୍ଡାଙ୍କ ବଳିଦାନ ଅତୁଳନୀୟ : ମହାସଚିବ ନୀରଞ୍ଜନ ବିଶି

ପାଟଣାଗଡ, (ଗୋରେଖନାଥ ବରିହା) : ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ତରଫରୁ ଆଦିବାସୀ ଭବନଠାରେ ଭାରତର ବିଶିଷ୍ଟ ଆଦିବାସୀ ନେତା ତଥା ଭାରତୀୟ ସମ୍ବିଧାନ ସଭାର କ୍ରାନ୍ତିକାରୀ ଆଦିବାସୀ ପ୍ରତିନିଧି ଜୟପାଳ ସିଂମୁଣ୍ଡାଙ୍କ ୫୨ତମ ତିରୋଧାନ ଦିବସ ପାଳିତ ହୋଇଯାଇଛି । ସଭାରେ ଆଦିବାସୀମାନେ ଅଦ୍ଵିତୀୟ ଆଦିବାସୀ ନେତା ଜୟପାଳ ସିଂଙ୍କ ସ୍ମୃତିଚାରଣ କରିଥିଲେ । ଭାରତୀୟ ସମ୍ବିଧାନରେ ସର୍ବ ଭାରତୀୟ ଉଦୀୟମାନ ଆଦିବାସୀ ନେତା ଜୟପାଙ୍କ ଅତୁଳନୀୟ ଅବଦାନ ରହିଛି । ପରାଧୀନ ଭାରତର ଯୁଗଜନ୍ମା ପୁରୁଷ, ସ୍ୱାଧୀନତା ସଂଗ୍ରାମୀ, ଦିବଂଗତ ଆଦିବାସୀ ନେତା, ଭାରତୀୟ କ୍ରିକେଟ ଅଧିନାୟକ ଜୟପାଳ ସିଂମୁଣ୍ଡା ସମ୍ବିଧାନ ସଭାରେ ପ୍ରତିନିଧିତ୍ୱ କରି ଜମି, ଜଳ, ଜଙ୍ଗଲ, ଜୀବଜନ୍ତୁ ଜୀବନ ଜୀବିକା ଉପରେ ଆଦିବାସୀଙ୍କ ସ୍ୱତନ୍ତ୍ର ଅଧିକାର, ସ୍ୱତନ୍ତ୍ର ପ୍ରାଥାଗତ ଅଧିକାର, ଅନୁସୂଚିତ ଅଞ୍ଚଳରେ ଶାସନ ପଦ୍ଧତି, ଆଦିବାସୀ ମାନଙ୍କ ସଂସ୍କୃତି, ଭାଷା, ପ୍ରଥା ପରମ୍ପରା, ଧର୍ମ, ଦେବାଦେବୀ ପୂଜାପୀଠ ସୁରକ୍ଷା ସଂରକ୍ଷଣ, ଶିକ୍ଷା, ନିଯୁକ୍ତି, ପଦୋନ୍ନତିରେ ସଂରକ୍ଷଣ, ରାଜନୈତିକ ପଦବୀରେ ଆରକ୍ଷଣ, ଆଦିବାସୀମାନଙ୍କୁ ମର୍ଯ୍ୟାଦାର ସହିତ ବଞ୍ଚିବାର ଅଧିକାର ଦେବାକୁ ଚିଠା ପ୍ରସ୍ତାବ ଉପସ୍ଥାପନା କରିଥିଲେ । ସ୍ୱାଧୀନ ଭାରତରେ ଆଦିବାସୀ ସମ୍ପ୍ରଦାୟ ଉପଭୋଗ କରୁଥିବା ସମ୍ବିଧାନ ପ୍ରଦତ୍ତ ସୁବିଧା ଗୁଡିକ ଜୟପାଳ ସିଂମୁଣ୍ଡାଙ୍କ ତ୍ୟାଗ, ବଳିଦାନ ଏବଂ ଅବଦାନର ପ୍ରତିଫଳନ ବୋଲି ଆଲୋକପାତ କରିଥିଲେ । ସଭାରେ ପଶ୍ଚିମ ଓଡିଶା ଆଦିବାସୀ କଲ୍ୟାଣ ମହାସଂଘର ମହାସଚିବ ନିରଞ୍ଜନ ବିଶି, ଜିଲ୍ଲା ସମ୍ପାଦକ ହେମେନ୍ଦ୍ର ନାଥ ହାଁସଦା, ନଗର ସଭାପତି ନିତ୍ୟାନନ୍ଦ ମାଝି, ସନ୍ତୋଷ ପୁଟା, ସାରଥୀ ବାଗ, ଘନ ଭୋଇ, ରାଜକିଶୋର ଛତ୍ରିଆ, ଈଶ୍ୱର ମିର୍ଧା, ଲେକୃ ଧରୁଆ, ମିନିକେତନ ଧରୁଆ, ଗିରିଧାରୀ ଭୋଇ ପ୍ରମୁଖ ଉଦ୍‌ବୋଧନ ଦେଇଥିଲେ ।

Leave A Reply

Your email address will not be published.