ଭାଜପାର ବିଜୟ ଉତ୍ସବ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ଉତ୍ତର ପ୍ରଦେଶ, ଗୋଆ, ଉତ୍ତରାଖଣ୍ଡ ଓ ମଣିପୁରରେ ଭାରତୀୟ ଜନତା ପାର୍ଟି ବିଜୟ ପରେ ସରକାର ଗଢିବାକୁ ଯାଉଛି । ଏହି ଅବସରରେ ବରଗଡ଼ ଜିଲ୍ଲା ଶିଖା ପକ୍ଷରୁ ଏକ ଶୋଭାଯାତ୍ରାରେ ବାହାରି ବିଜୟ ଉତ୍ସବ ପାଳନ କରାଯାଇଥିଲା । ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଗୋଆରେ ବିଜେପିର ଭୋଟ୍ ପ୍ରତିଶତ ବଢିଛି । ଏଥର ବିଜେପିକୁ ୩୩ ପ୍ରତିଶତ ଜନସମର୍ଥନ ମିଳିଛି । ଯାହା ୨୦୧୭ରେ ୩୨.୫ ପ୍ରତିଶତ ରହିଥିଲା । ସେହିପରି ଏଥର କଂଗ୍ରେସକୁ ୨୩ ପ୍ରତିଶତ ଭୋଟ୍ ମିଳିଛି । ୨୦୧୭ରେ ଏହା ୨୮.୪ ପ୍ରତିଶତ ରହିଥିଲା । ଆଣ୍ଟି ଇନକମ୍ବେନ୍ସି ବଦଳରେ ଏଠାରେ ଦ୍ବିତୀୟ ଥର ସରକାର ଗଢିବାକୁ ଯାଉଛି ବିଜେପି । ବିଜେପି ଉପରେ ଭରସା କରିଥିବାରୁ ଗୋଆବାସୀଙ୍କୁ ଧନ୍ୟବାଦ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ । ସେହିପରି ମଣିପୁରରେ ଏଥର ସରକାର ଗଢିବ ବିଜେପି । ଏଥର ୩୭ ପ୍ରତିଶତ ଲୋକ ବିଜେପି ସପକ୍ଷରେ ଭୋଟ୍ ଦେଇଛନ୍ତି । ଦ୍ବିତୀୟ ଥର ପାଇଁ ଏଠାରେ ବିଜେପି ସରକାର ଗଢିବା ଏକ ପ୍ରକାରର ନିଶ୍ଚିତ ହେବାକୁ ଯାଉଛି । ସେହିପରି ଉତ୍ତରାଖଣ୍ଡ ବିଧାନସଭା ନିର୍ବାଚନରେ ୪୪.୪ ପ୍ରତିଶତ ଲୋକ ବିଜେପିକୁ ସମର୍ଥନ କରିଛନ୍ତି । ଏହି ଅବସରରେ ବରଗଡ଼ ଜିଲ୍ଲାରେ ବିଜେପି ଜିଲ୍ଲା ସଭାପତି ଅଶ୍ୱିନୀ ଷଡଙ୍ଗୀଙ୍କ ନେତୃତ୍ୱରେ ବିଜେପି ନେତାମାନେ ବିଜୟ ଉତ୍ସବ ପାଳନ କରିଥିଲେ । ଏଥିରେ ଜିଲ୍ଲାର ବରିଷ୍ଠ ନେତା ଅରୁପା ସାହୁ, ରବିନାରାୟଣ ଦାଶ, ଅଶୋକ ପଣ୍ଡା, ଅନୁରାଧା ଅଗ୍ରୱାଲ, ସଂଗୀତ ଅଗ୍ରୱାଲ ପ୍ରମୁଖ ବହୁ କର୍ମୀ ସାମିଲ ଥିଲେ ।

Leave A Reply

Your email address will not be published.