csstore

କୋମନା ଜୋନ୍ ନଂ ୧ ଜିଲ୍ଲା ପରିଷଦ ସଦସ୍ୟଙ୍କ ବିଜୟ ଉତ୍ସବ ପାଳିତ

ନୁଆପଡ଼ା, (ନିରାକାର ମେହେର) : ଚଳିତ ତ୍ରିସ୍ତରୀୟ ନିର୍ବାଚନରେ ବିଜୁ ଜନତା ଦଳ ରାଜ୍ୟର ୮୫୧ ଜିଲ୍ଲା ପରିଷଦ ସିଟ୍‌ରୁ ୭୬୫ ସିଟ୍‌ରେ ବିଜୟୀ ହୋଇ ସାରା ରାଜ୍ୟରେ ଏକ ରେକଡ୍ ସୃଷ୍ଟି କରିଛି ।ସେହିପରି ନୁଆପଡ଼ା ଜିଲ୍ଲାରେ ମଧ୍ୟ ବିଜୁ ଜନତା ଦଳ ଏକ ତରଫା ୧୪ ସିଟ୍‌ରୁ ୧୨ଟି ସିଟ୍‌ରେ ବିଜୟୀ ହୋଇ ଅଧ୍ୟକ୍ଷ ପଦ ହାତେଇଛି । ଜିଲ୍ଲାର ସମସ୍ତ ବିଜୟୀ ଜିଲ୍ଲା ପରିଷଦ ସଦସ୍ୟ ନିଜ ନିଜ ବିଜୟ ଉତ୍ସବ ପାଳନ କରୁଥିବା ବେଳେ ଜୋନ୍ ନଂ ୧ରେ ନିକଟତମ ପ୍ରତିଦ୍ୱନ୍ଦୀ ବିଜେପିର ଜିଲ୍ଲା ପରିଷଦ ପ୍ରାର୍ଥୀ ଗ୍ୟାନେଶ୍ୱର ମାଝୀଙ୍କୁ ପରାସ୍ତ କରି ବିଜୟୀ ହୋଇଥିବା ଜିଲ୍ଲା ପରିଷଦ ପ୍ରାର୍ଥୀ ମୁରଲୀଧର ଭୋଇ ମଧ୍ୟ ଆଜି ନିଜ ଜୋନ୍‌ର ସମସ୍ତ ଜନ ସାଧାରଣଙ୍କ ସହିତ ନିଜ ଜନ୍ମ ମାଟି ମଲିକ୍ ମୁଣ୍ଡା ଗାଁରେ ବାଜା ବଜାଇ, ବାଣ ଫୁଟାଇ ଧୁମ୍ ଧାମରେ ବିଜୟ ଉତ୍ସବ ପାଳନ କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ସ୍ଥାନୀୟ ବିଧାୟକ ରାଜେନ୍ଦ୍ର ଢୋଲକିଆ ତଥା ଜୋନ୍‌ର ସମସ୍ତ ଜନ ସାଧାରଣଙ୍କୁ ଏହି ବିଜୟର ଶ୍ରେୟ ଦେଇଛନ୍ତି ଶ୍ରୀ ଭୋଇ । ବିଜୟ ଉତ୍ସବରେ ସ୍ଥାନୀୟ ବିଧାୟକ ରାଜେନ୍ଦ୍ର ଢୋଲକିଆ, ବିଜେଡ଼ି ଜିଲ୍ଲା ସଭାପତି ମନୋଜ୍ କୁମାର୍ ମିଶ୍ର, ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଭାନୁ ପ୍ରତାପ ମାଝୀ, ବିଜେଡ଼ି କୋମନା ବ୍ଲକ୍ ସଭାପତି କ୍ଷମା ସିଂ ନିଆଲ, ବିଜେଡ଼ି ଜିଲ୍ଲା ଉପସଭାପତି ସଞ୍ଜୟ ପ୍ରଧାନ, ଅଜୟ ଗହିର, ମଣ୍ଟୁ ନାଗ, ମହେନ୍ଦ୍ର ନିଆଲ, ହରିଶ୍ ଅହିର୍, ସାନ ମହାନନ୍ଦ, ୟାମିନ ମହମ୍ମଦ, ଗୁଣ ମାଝୀ, ହେମନ୍ତ କୁମ୍ଭାର, ତୁଷାର ନିଆଲ, ବଳମତ ଘିବେଳା, ମହେନ୍ଦ୍ର ଦୀପ, ମହାଦେବ ଦୀପ ପ୍ରମୁଖ ଉପସ୍ଥିତ ରହି ବିଜୟ ଉତ୍ସବ ପାଳନ କରିଥିଲେ ।

jayashree
Leave A Reply

Your email address will not be published.