jayashree

୧୫ ଲକ୍ଷ ଲୁଟ ଅଭିଯୋଗ : ୫ ଲୁଟେରା ଗିରଫ

ସମ୍ବଲପୁର : ସମ୍ବଲପୁର ସଦର ଥାନା ଗେଙ୍ଗୁଟିପାଲିରେ ୧୫ ଲକ୍ଷ ଛଡାଇ ନେଇଥିବା ଅଭିଯୋଗରେ ପୋଲିସ ୫ ଜଣଙ୍କୁ ଗିରଫ କରିଥିବା ଜଣାପଡିଛି । ଗିରଫ ଅଭିଯୁକ୍ତମାନେ କୁମାର ଦାସ, ଏ. ଅଜୟ, ଏ. କିରନ, ଦୀପକ କୁମାର ସାହୁ, ବି. ନଗିତା ଦାସ ବୋଲି ଜଣାପହିଛି । ସମସ୍ତ ଅଭିଯୁକ୍ତ ଗଂଜାମ ଜିଲ୍ଲାର ବୋଲି ପୋଲିସପକ୍ଷରୁ ସୂଚନା ମିଳିଛି । ପୂର୍ବରୁ ଏହି ଘଟଣାର ୨ଜଣ ଅଭିଯୁକ୍ତ ଗିରଫ ହୋଇ ସାରିଥିବା ବେଳେ ଆଜିର ୫ ଜଣଙ୍କୁ ମିଶାଇ ୭ଜଣ ଗିରଫ ହୋଇଛନ୍ତି ବୋଲି ସୂଚନା ମିଳିଛି । ପୂର୍ବରୁ ଗିରଫ ଅଭିଯୁକ୍ତଙ୍କ ଠାରୁ ୪ଲକ୍ଷ ଟଙ୍କା ଜବତ ହୋଇଥିବା ବେଳେ ବର୍ତ୍ତମାନ ଗିରଫ ହୋଇଥିବା ଅଭିଯୁକ୍ତଙ୍କ ଠାରୁ ପୋଲିସ ୮ଲକ୍ଷ ଟଙ୍କା ଜବତ କରିଛି ।

Leave A Reply

Your email address will not be published.