ୟୁକ୍ରେନ ଯୁଦ୍ଧରେ ରୁଷର ମେଜର ଜେନେରାଲ୍ ନିହତ, ସୁମି ବିଶ୍ୱବିଦ୍ୟାଳୟରେ ବୋମା ବିସ୍ଫୋରଣ

କିଭ୍‌ : ରୁଷ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ବର୍ତ୍ତମାନ ଏକ ବିପଦଜ୍ଜନକ ସ୍ଥିତିରେ ପହଞ୍ଚିଛି । ରୁଷର ସୈନ୍ୟବାହିନୀ ୟୁକ୍ରେନର ରାଜଧାନୀକୁ ଚାରିପଟରୁ ଘେରି ରହିଛନ୍ତି । ଆଜି ରୁଷ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧର ଅଷ୍ଟମ ଦିନ । ୟୁକ୍ରେନରୁ ରୁଷର ସୈନ୍ୟ ପ୍ରତ୍ୟାହାର ପାଇଁ ମିଳିତ ଜାତିସଂଘର ସାଧାରଣ ସଭା ମଧ୍ୟ ଏକ ସଂକଳ୍ପ ପାରିତ କରିଛି । ଏହି ସମୟରେ ଦୁଇ ଦେଶ ମଧ୍ୟରେ ତୃତୀୟ ପର୍ଯ୍ୟାୟ ଆଲୋଚନା ମଧ୍ୟ ଅନୁଷ୍ଠିତ ହେବ ।

ରୁଷର ବୈଦେଶିକ ମନ୍ତ୍ରୀ ଲାଭ୍‌ରୋଭ୍‌ କହିଛନ୍ତି ଯେ, ୟୁକ୍ରେନ ବିରୋଧରେ ଚାଲିଥିବା ଯୁଦ୍ଧକୁ ବନ୍ଦ କରିବା ପାଇଁ ମସ୍କୋ ଆଲୋଚନା କରିବାକୁ ପ୍ରସ୍ତୁତ । ୟୁକ୍ରେନର ସାମରିକ ଭିତ୍ତିଭୂମି ଉପରେ ରୁଷ ଟାର୍ଗେଟ କରିବା ବନ୍ଦ କରିବ ନାହିଁ ବୋଲି ମଧ୍ୟ ଲାଭ୍‌ରୋଭ୍‌ କହିଛନ୍ତି । ରୁଷର ସମୟ ଅନୁଯାୟୀ ବେଲାରୁଷରେ ଆଜି ଅପରାହ୍ନ ୩.୩୦ ସମୟରେ ପରବର୍ତ୍ତୀ ପର୍ଯ୍ୟାୟ ଆଲୋଚନା ହେବ ।

ରୁଷ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧର ଅଷ୍ଟମ ଦିନରେ ରୁଷର ମେଜର ଜେନେରାଲଙ୍କର ମୃତ୍ୟୁ ଘଟିଛି । ନ୍ୟୁଜ୍ ଏଜେନ୍ସି ନେକ୍ସଟା ଦାବୀ କରିଛି ଯେ, ୟୁକ୍ରେନରେ ରୁଷର ମେଜର ଜେନେରାଲ୍ ଆଣ୍ଡ୍ରେଇ ସୁଖୋଭଟସ୍କିଙ୍କୁ ହତ୍ୟା କରାଯାଇଛି । ଏଥିସହିତ ୟୁକ୍ରେନରେ ରୁଷର ବ୍ୟାପକ କ୍ଷୟକ୍ଷତି ହେବାର ଦାବୀ ମଧ୍ୟ ରହିଛି । କିଭ୍‌ପୋଷ୍ଟ ଅନୁଯାୟୀ, ରୁଷ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧର ଅଷ୍ଟମ ଦିନରେ ୟୁକ୍ରେନ ୩୦ ରୁଷିଆ ବିମାନ, ୩୭୪ଟି ଅଟୋ ମୋବାଇଲ ଟେକ୍‌ନିକ୍‌କ୍ସ୍‌, ୪୨ ଏମ୍‌ଏଲ୍‌ଆର୍‌ଏସ୍‌, ୯୦୦ ଏଏଫ୍‌ଭି, ୩୧ ହେଲିକପ୍ଟର, ୯୦ଟି ଆର୍ଟିଲିରି ସିଷ୍ଟମ, ୨ କଟର, ୨୧୭ ଟ୍ୟାଙ୍କ, ୧୧ଟି ଆଣ୍ଟିଅର୍ ଡିଫେନ୍ସ, ୩ଟି ୟୁଏଭିକୁ ଧ୍ୱଂସ କରିଦେଇଛି । ଏହା ମଧ୍ୟ ଦାବୀ କରାଯାଇଛି ଯେ, ଏପର୍ଯ୍ୟନ୍ତ ୯୦୦୦ ରୁଷୀୟ ସୈନିକଙ୍କୁ ମଧ୍ୟ ହତ୍ୟା କରାଯାଇଛି ।

ଦୀର୍ଘ ୮ ଦିନ ଧରି ଚାଲିଥିବା ଯୁଦ୍ଧରେ ଅନେକ ଧନ ଜୀବନ ଛାର୍‌ଖାର୍‌ ହୋଇସାରିଛି । ରାଜଧାନୀ କିଭ୍‌ରେ ନିରୀହ ଲୋକଙ୍କ ଜୀବନ ପାଣି ଫୋଟକା ସାଜିଥିବା ବେଳେ ଲକ୍ଷ ଲକ୍ଷ କିଭ୍‌ବାସୀ ନିକଟ ପଡେ଼ାଶୀ ଦେଶକୁ ଚାଲି ଯାଇ ସାରିଛନ୍ତି । କୁହାଯାଉଛି ଯେ, ପ୍ରାୟ ୯୫ ପ୍ରତିଶତ କିଭ୍‌ବାସୀ ସହର ଛାଡ଼ି ସାରିଛନ୍ତି ।

ସବୁଠାରୁ ବଡ଼ କଥା ହେଲା, ଯୁଦ୍ଧ ମଧ୍ୟରେ ୟୁକ୍ରେନରେ ଜଣେ ରୁଷ ସୈନିକକୁ ଗିରଫ କରାଯାଇଛି । ସାଧାରଣ ନାଗରିକଙ୍କୁ ହତ୍ୟା କରିବା ପାଇଁ ମଧ୍ୟ ତାଙ୍କୁ ନିର୍ଦ୍ଦେଶ ରହିଛି ବୋଲି ସେ କହିଛନ୍ତି । ସେ କହିଥିଲେ ଯେ ଫେବୃଆରୀରେ ସେ ୟୁକ୍ରେନକୁ ଆସିଛନ୍ତି ।

Leave A Reply

Your email address will not be published.