ବିଶ୍ୱରେ ଶାନ୍ତି ପ୍ରତିଷ୍ଠା ଦିଗରେ ଜାତିସଂଘ ପଦକ୍ଷେପ ନେବା ଜରୁରୀ

ଛତ୍ରପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ସ୍ଥିତ ସରସ୍ୱତୀ ଶିଶୁବିଦ୍ୟା ମନ୍ଦିରରେ ଶିଶୁମାନଙ୍କ ଦ୍ୱାରା ଜାତୀୟତା ଭାବ ଉଦ୍ରେକ ନେଇ ବିଭିନ୍ନ ସ୍ଲୋଗାନ ଦେଇଥିଲେ । ବିଶ୍ୱରେ ଶାନ୍ତିପ୍ରତିଷ୍ଠା ହେବାକୁ ହେଲେ ହିଂସାକାଣ୍ଡ ପ୍ରତି ନିବୃତ ହେବା ଉଚିତ ବୋଲି ଜନସଚେତନତା ସୃଷ୍ଟି କରାଯାଇଛି । ପୃଥିବୀର ଦୁଇଟି ଦେଶ ରୁଷ ଓ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧର ସମାଧାନ କରିବା ପାଇଁ ଖୁବଶୀଘ୍ର ମିଳିତ ଜାତିସଂଘ ସବୁ ରାଷ୍ଟ୍ରର ସହଯୋଗ ନେଇ ବିଶ୍ଵରେ ଶାନ୍ତିପ୍ରତିଷ୍ଠା ହେବା ଆବଶ୍ୟକ ବୋଲି ମତ ପ୍ରକାଶ ପାଇଛି । ପ୍ରଧାନ ଆଚାର୍ଯ୍ୟ ରବିନ୍ଦ୍ରନାଥ ଦାଶଙ୍କ ଅଧ୍ୟକ୍ଷତାରେ ଶିଶୁମାନଙ୍କ ମଧ୍ୟରେ ଅନୁଷ୍ଠିତ ଜାତିପ୍ରାଣ ଭାବନା ନେଇ ନୀରବ ପ୍ରତିବାଦ କରାଯାଇଥିଲା । ଅନୁଷ୍ଠାନର ସମ୍ପାଦକ ପଦ୍ମଚରଣ ସାହୁ, ସଭାପତି ଉପେନ୍ଦ୍ର ମହାନ୍ତି, ପୂର୍ଵତନ ସଭାପତି ରଜନୀକାନ୍ତ ପଟ୍ଟନାୟକ ପ୍ରମୁଖ ଯୋଗଦେଇ ଏହି ନୀରବ ପ୍ରତିବାଦ ସଭାର ତାତ୍ପର୍ଯ୍ୟ ବୁଝାଇଥିଲେ ।

Leave A Reply

Your email address will not be published.