ମର୍ମନ୍ତୁଦ ସଡକ ଦୁର୍ଘଟଣା : ୧ ମୃତ

ଆନନ୍ଦପୁର : ୨୦ ନମ୍ବର ଜାତୀୟ ରାଜପଥ ଘସିପୁରା ଥାନା ବେଲବାହାଳିଛକ ନିକଟରେ ପିକ୍ଅପ୍ ଭ୍ୟାନ୍‌ ଧକ୍କାରେ ବାଇକ୍‌ରେ ଯାଉଥିବା ଜଣେ ବିଏସ୍ଏଫ୍ ଯବାନଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି । ମୃତକ ଜଣକ ଘସିପୁରା ବ୍ଲକ୍‌ ବାତୋ ପଞ୍ଚାୟତ ଗୋଡ଼ିଉପର ଗ୍ରାମର ଗୌରୀଶଙ୍କର ନାୟକ (୪୪) ବୋଲି ଜଣାପଡିଛି । ସୂଚନା ଅନୁସାରେ ଗୌରୀଶଙ୍କର ରାଜସ୍ଥାନରେ କାର୍ଯ୍ୟ କରୁଥିଲେ । ଗତକାଲି ଭୋର ସମୟରେ ସେ ଘରେ ପହଞ୍ଚିଥିଲେ । ପୂର୍ବାହ୍ନ ପ୍ରାୟ ସାଢ଼େ ୧୦ଟା ବେଳେ ପୁଅ ହ୍ରିତୀଶକୁ ବାଇକ୍‌ରେ ଆନନ୍ଦପୁର ଡାକ୍ତରଖାନା ନେଇ ଯାଉଥିବା ବେଳେ ବେଲବାହାଳି ନିକଟରେ ସାମ୍ନାରୁ ଆସୁଥିବା ଏକ ପିକ୍ଅପ୍ ଭ୍ୟାନ୍‌ ତାଙ୍କୁ ଧକ୍କା ଦେଇଥିଲା ଫଳରେ ଗୌରୀଶଙ୍କରଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ଆନନ୍ଦପୁର ଓ ପରେ କଟକ ନିଆଯାଉଥିବା ବାଟରେ ବଡ଼ଚଣା ନିକଟରେ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି । ପୁଅ ହ୍ରିତୀଶ ଗୁରୁତର ହେବାରୁ ତାଙ୍କୁ ମଧ୍ୟ କଟକ ନିଆଯାଇଥିବା ପରିବାର ଲୋକେ କହିଛନ୍ତି । ମୃତଦେହ ବ୍ୟବଚ୍ଛେଦ ପରେ ଶବକୁ ରାତିରେ ଗ୍ରାମକୁ ଅଣାଯାଇ ଗ୍ରାମର ଶ୍ମଶାନରେ ତାଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଥିବା ଜଣାପଡିଛି । ଗୌରୀଶଙ୍କରଙ୍କ ମୃତ୍ୟୁ ଖବରରେ ଗ୍ରାମରେ ଶୋକର ଛାୟା ଖେଳିଯାଇଛି ।

Leave A Reply

Your email address will not be published.