ମତଦାନ ବେଳେ ଗଣ୍ଡଗୋଳ ସୃଷ୍ଟି : ୧ ଆହତ

ବାଲେଶ୍ୱର : ବାଲେଶ୍ୱରରେ ଶେଷ ପର୍ଯ୍ୟାୟ ନିର୍ବାଚନ ଚାଲିଥିବା ବେଳେ ଜିଲ୍ଲାର ୨ଟି ବ୍ଲକ୍, ସଦର ଓ ରେମୁଣାରେ ମତଦାନ ହେଉଛି । ସବୁ ବୁଥରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଥିବା ବେଳେ ରେମୁଣା ବ୍ଲକ୍ ତାଳପଦା ୪ ନମ୍ବର ବୁଥ୍‌ରେ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇଥିବା ଜଣାପଡିଛି । ଭୋଟର ତାଲିକାରେ ନାମ ଭୁଲ୍ ଥିବା ଏବଂ ବୁଥ୍ ଭିତରେ ଫଟୋ ଉଠାକୁ କେନ୍ଦ୍ର କରି ଏହି ଗଣ୍ଡଗୋଳ ହୋଇଥିବା କୁହାଯାଉଛି । ଉଭୟ ପକ୍ଷ ମଧ୍ୟରେ ମାର୍‌ପିଟ୍ ହେବାରୁ ଜଣେ ଯୁବକଙ୍କ ମୁଣ୍ଡ ଫାଟିଥିବା ଜଣାପଡିଛି । ଯୁବକ ଜଣକ ରେମୁଣା ବ୍ଲକ୍ ଖନ୍ତାପଡ଼ା ଥାନା ଅଧୀନସ୍ଥ ତାଳପଦା ଗ୍ରାମର ଶିବା ମଲ୍ଲିକ ବୋଲି ଜଣାପଡ଼ିଛି ।

Leave A Reply

Your email address will not be published.