oom

ସ୍କୁଟି ଡିକି ଭାଙ୍ଗି ଲୁଟିନେଲେ ୧.୯୧ ଲକ୍ଷ ଟଙ୍କା

jsmm

ରାଉରକେଲା : ସ୍ଥାନୀୟ ଉଦିତନଗର କାନରା ବ୍ୟାଙ୍କ ପାଖରେ ସ୍କୁଟି ଡିକି ଭାଙ୍ଗି ଲୁଟେରାମାନେ ଲୁଟି ନେଇଛନ୍ତି ୧.୯୧ ଲକ୍ଷ ଟଙ୍କା । ସୂଚନା ଅନୁସାରେ ବେଲଡିହି ଠାରେ ଥିବା ପେଟ୍ରୋଲ ପମ୍ପର କର୍ମଚରୀ ପରମ୍‌ଜିତ୍‌ ସିଂ ରାଉରକେଲା ପାୱର ହାଉସ ରୋଡ୍‌ ଠାରେ ଥିବା ଅଫିସରୁ ଟଙ୍କା ନେଇ ଆଜି ଅପରାହ୍ନ ୧ଟାରେ ଟଙ୍କା ଜମା କରିବା ପାଇଁ ଉଦିତନଗର ସ୍ଥିତ ଏସ୍‌ବିଆଇ ବ୍ୟଙ୍କକୁ ଆସିଥିଲେ । ସେଠାରେ ଭିଡ଼ ଥିବା ନେଇ ପାଖରେ ଥିବା କାନାରା ବ୍ୟାଙ୍କକୁ ଆସି ସ୍କୁଟିରେ ଟଙ୍କା ରଖି ବ୍ୟାଙ୍କ ଭିତରକୁ ଆର୍‌ଟିଜିଏସ୍‌ କରିବା ପାଇଁ ଯାଇଥିଲେ । ଠିକ୍‌ ସମୟରେ ଲୁଟେରାମାନେ ପହଚିଂ ସ୍କୁଟି ଡିକି ଭାଙ୍ଗି ୧.୯୧ ଲକ୍ଷ ଟଙ୍କା ନେଇ ଫୋରାର୍‌ ମାରିଥିବା ସୂଚନା ମିଲଛି । ପରେ ଉଦିତନଗର ଥାନାକୁ ଯାଇ ପରମଜିତ୍‌ ମାମାଲା ରୁଜୁ କରିଥିଲେ । ପୋଲିସ୍‌ ସିସିଟିଭି ଯାଚଂ କରି ତଦନ୍ତ ଜାରି ରଖିଛି ବୋଲି ଜଣାପଡିଛି ।

jittmm
Leave A Reply

Your email address will not be published.