ପାନୀୟ ଜଳ ଯୋଗାଣରେ ନିମ୍ନମାନର କାମକୁ ନେଇ ବିଡ଼ିଓଙ୍କୁ ଅଭିଯୋଗ : କାମର ମାନ ତଦନ୍ତ କରି ଶୀଘ୍ର ଜଳ ଯୋଗାଣ କରିବାକୁ ଦାବୀ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ଅନ୍ତର୍ଗତ ଗୌଡ଼ଗୋଠ ଗାଁରେ ଆଦିବାସୀ ଓ ଦଳିତପଡ଼ାକୁ ଗତ ଏପ୍ରିଲ ମାସରୁ ପାନୀୟ ଜଳ ଯୋଗାଣ ବ୍ୟବ‌ସ୍ଥା କରାଯାଇଥିଲା । ହେଲେ କାମ ନିମ୍ନମାନର ହୋଇଥିବାରୁ ଜଳ ଯୋଗାଣର ମାତ୍ର ୧୫ ଦିନ ମଧ୍ୟରେ ପାଣି ଯୋଗାଣ ବନ୍ଦ ହୋଇଯାଇଥିବା ନେଇ ସୋମବାର ଦିନ ଦେଓଗାଁ ବିଡ଼ିଓଙ୍କୁ ଅଭିଯୋଗ କରିଥିବା ଜଣାପଡ଼ିଛି । ସୂଚନା ଯୋଗ୍ୟ ଯେ, ଏହି କାମ ଗୌଡଗୋଠ ପଞ୍ଚାୟତ ପକ୍ଷରୁ ହୋଇଥିଲେ ମଧ୍ୟ କାମର କୌଣସି ସୂଚନା ଫକଳ ଦିଆଯାଇ ନାହିଁ । ଏଠାରେ ବ୍ୟବହାର ହୋଇଥିବା ପାଇପ୍‌ ୯୦ ଏମଏମ ବଦଳରେ ୭୦ଏମଏମର ପାଇପ ପୋତା ଯାଇଛି, ଯାହାଫଳରେ ଫାଟି ଯାଇଛି ବୋଲି ବିଡ଼ିଓଙ୍କୁ ଦିଆଯାଇଥିବା ଅଭିଯୋଗରେ ଦର୍ଶାଯାଇଛି । ଅନ୍ୟପକ୍ଷରେ ଜଳ ଯୋଗାଣ ପାଇଁ ନୂଆ ବଦଳରେ ପୁରୁଣା ମଟର ଲାଗାଯାଇଥିବା ବିଷୟରେ ଲୋକେ ଦେଓଗାଁ ଗୋଷ୍ଠୀ ଉନ୍ନୟନ ଅଧୀକାରୀଙ୍କୁ ଅଭିଯୋଗ ପତ୍ରରେ ଦର୍ଶାଇଛନ୍ତି । ତଦନ୍ତ କରି କିଭଳି ଭାବେ ଖୁବ୍ ଶୀଘ୍ର ଏହି ପଡ଼ାର ଲୋକେ ପାନୀୟ ଜଳ ଯୋଗାଣରେ ସାମିଲ ହେବେ, ତାକୁ ଗୁରୁତ୍ୱ ଦେବାକୁ ଦାବୀ ହେଉଛି ।

Leave A Reply

Your email address will not be published.