୧୩୪ କେଜି ଗଂଜେଇ ଜବତ୍‌ : ୬ ଗିରଫ

ଗଜାଂମ : ଥମୁନି ଗଂଜେଇ ବେପାର, ଦିନକୁ ଦିନ ବଢିବାରେ ଲାଗିଛି । ବର୍ତ୍ତମାନ ଏହି ବେପାରର ଚେର ରାଜ୍ୟ ବାହାରକୁ ବି ଲମ୍ବିବାକୁ ଲାଗିଲାଣି । ଗଜାଂମ ଜିଲ୍ଲା ଆସିକା ଥାନା ଅଧିକାରୀଙ୍କ ସହିତ ଗତ କାଲି ପୂର୍ବାହ୍ନରେ ପେଟ୍ରୋଲିଂ କରୁଥିବା ସମୟରେ କୋ÷ଣସି ସୂତ୍ରରୁ ଖବର ପାଇ ନିକଟସ୍ଥ ଆସିକା ବସ୍‌ଷ୍ଟାଣ୍ଡରେ ଭୁବନେଶ୍ୱର ବସ୍‌କୁ ଅକ୍ଷୋ କରିଥିବା ୬ ଜଣ ଯୁବକଙ୍କ ଗିରଫ କରିଛି । ସାମ୍ବାଦିକ ସମ୍ମଳନୀରେ ଆସିକା ଏସ୍‌ଡିପିଓ ସୂର୍ଯ୍ୟମଣି ପ୍ରଧାନ ଓ ଥାନା ଅଧିକାରୀ ପ୍ରଶାନ୍ତ ସାହୁ କହିଛନ୍ତି ଯେ, ଗିରଫ ହୋଇଥିବା ଏହି ୬ ଜଣ ଯୁବକଙ୍କ ଠାରୁ ୧୩୪ କେଜିର ଗଂଜେଇ ସହ ୫ ହଜାର ଟଙ୍କା ଏବଂ ୪ଟି ମୋବାଇଲ୍‌ ଫୋନ୍‌ ଜବତ କରାଯାଇଛି । ଏହି ଗଂଜେଇ ଏଠାରୁ ଭୁବନେଶ୍ୱରକୁ ଯାଉଥିଲା ଏବଂ ସେଠାରୁ ସୁରତକୁ ଯାଇଥାନ୍ତା ବୋଲି କୁହାଯାଇଛି ।

Leave A Reply

Your email address will not be published.