ଷ୍ଟ୍ରଙ୍ଗରୁମ୍ ଆଗରେ ଦିନ ରାତି ଜଗି ବସିଛନ୍ତି ନେତା

ବଲାଙ୍ଗିର, (କେପିଏନ୍‌ଏସ୍‌) : ତୃତୀୟ ପର୍ଯ୍ୟାୟ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଗତକାଲି ସରିଥିବା ବେଳେ ବଲାଙ୍ଗିର ଜିଲ୍ଲା ପୁଇଁନ୍ତଲା ଷ୍ଟ୍ରଙ୍ଗରୁମ୍ ଆଗରେ ଦିନ ରାତି ନେତା ଓ କର୍ମୀମାନେ ଜଗି ବସିଥିବା ଦେଖାଯାଇଛି । ବାଲାଟ୍ ବକ୍ସ ଭିତରେ ବନ୍ଦ ହୋଇଯାଇଛି ପ୍ରାର୍ଥୀଙ୍କ ଭାଗ୍ୟ । ଷ୍ଟ୍ରଙ୍ଗରୁମ୍ ଭିତରେ ଭୋଟ୍ ବାକ୍ସ ସୁରକ୍ଷିତ ଭାବରେ ଅଛି । ହେଲେ ନା’ ପ୍ରଶାସନ ନା’ ପୋଲିସ କାହା ଉପରେ ନାହିଁ ପ୍ରାର୍ଥୀଙ୍କ ଭରଷା । କାଳେ ଭୋଟ୍ ବାକ୍ସ ଅଦଳବଦଳ କିମ୍ବା ଚୋରି ହୋଇଯିବା ଆଶଙ୍କାରେ ଷ୍ଟ୍ରଙ୍ଗରୁମ୍ ଆଗରେ ନେତାମାନେ ଭୋଟ୍ ବାକ୍ସ ଜଗୁଥିବା ଜଣାପଡିଛି ।

Leave A Reply

Your email address will not be published.