ଭାରତରତ୍ନ ଲତା ମଙ୍ଗେସ୍‌କରଙ୍କୁ ଶ୍ରଦ୍ଧାଞ୍ଜଳି

ରାଉରକେଲା, (ସସ୍ମିତା ପ୍ରଧାନ) : ସୁରସାମ୍ରାଜ୍ଞୀ ଭାରତରତ୍ନ ଲତା ମଙ୍ଗେସ୍‌କରଙ୍କ ବିୟୋଗରେ ରାଉରକେଲାର ମହିଳା ସାହିତ୍ୟିକ ସଂଗଠନ ଯାଜ୍ଞସେନୀ, ସ୍ୱୟଂପ୍ରଭା ଓ ଓଡିଶା ଲେଖିକା ସଂସଦ, ସୁନ୍ଦରଗଡ ଶାଖାର ମିଳିତ ଆନୁକୂଲ୍ୟରେ ଏକ ଶ୍ରଦ୍ଧାଞ୍ଜଳି ସଭା ଯାଜ୍ଞସେନୀ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ହୋଇଯାଇଛି । ଯାଜ୍ଞସେନୀର ସଭାପତି ପ୍ରମିଳା ପଣ୍ଡାଙ୍କ ସଭାପତିତ୍ୱ ଓ ସାଧାରଣ ସଂପାଦିକା ନୀନାରାଣୀ ଜେନାଙ୍କ ଆବାହକତ୍ୱରେ ଆୟୋଜିତ ଏହି ଶ୍ରଦ୍ଧାଞ୍ଜଳି ସଭାରେ ସ୍ୱୟଂପ୍ରଭାର ସଭାପତି ଡଃ କିଶୋରୀ ଦାଶ ଓ ଲେଖିକା ସଂସଦର କାର୍ଯ୍ୟକାରୀ ସଦସ୍ୟା ବବିତା ମହାପାତ୍ର ଦିବଙ୍ଗତ ଲତା ମଙ୍ଗେସ୍‌କରଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ସହ ତାଙ୍କ ଅମର ଆତ୍ମାର ସଦ୍‌ଗତି ନିମନ୍ତେ ଏକ ମିନିଟ୍‌ ନୀରବ ପ୍ରାର୍ଥନା କରାଯାଇଥିଲା । ଏହି ଅବସରରେ ରାଜକୁମାରୀ ଦେବୀ, ରୀନା ଲେଙ୍କା, ଜୟନ୍ତୀ ପାତ୍ର, ସୁରଜିତ ପ୍ରମୁଖ ଲତା ମଙ୍ଗେସ୍‌କରଙ୍କ ଗୀତଗୁଡିକୁ ପରିବେଷଣ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜୟଶ୍ରୀ ସାବତ, ଜୟଶ୍ରୀ ବିଶ୍ବାଳ, ଭାରତୀ ସିଂହ, ବିନୋଦିନୀ ପଣ୍ଡା, ସବିନା ମହନ୍ତ, ସ୍ୱର୍ଣ୍ଣଲତା ପଟ୍ଟନାୟକ, ମାଳତୀ ପ୍ରଧାନ, ସଂଯୁକ୍ତା ମହାପାତ୍ର, କୁଞ୍ଜବିହାରୀ ରାଉତ, ଅଭିପ୍ସା ସାହୁ, ସସ୍ମିତା ମହନ୍ତ, ଅର୍ପିତା ମହନ୍ତ, ଅଶୋକ କୁମାର ଜେନା, ଏଲିନା ସିନ୍ଧ୍ରିଆ, ସାଇଶଂକର ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଶେଷରେ ଶ୍ରୀମତୀ ଜେନା ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.