csstore

ବଲାଙ୍ଗିର ଜିଲ୍ଲା ବରିଷ୍ଠ ନାଗରିକ ମଂଚ ପକ୍ଷରୁ ପଦ୍ମଶ୍ରୀ ନରସିଂହ ଗୁରୁଙ୍କୁ ସମ୍ବର୍ଦ୍ଧନା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା ବରିଷ୍ଠ ନାଗରିକ ମଂଚ ପକ୍ଷରୁ ପଦ୍ମଶ୍ରୀ ମନୋନୀତ ନରସିଂହ ଗୁରୁଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ଶ୍ରୀ ଗୁରୁଙ୍କୁ ରାମଜୀପଡା ସ୍ଥିତ ବାସଭବନକୁ ଯାଇ ସମ୍ବର୍ଦ୍ଧନା ଦିଆଯାଇଥିଲା । ଏହି କାର୍ଯ୍ୟକ୍ରମରେ ସଭାପତି ପ୍ରଭାକର ମିଶ୍ର, ଉପ-ସଭାପତି ପ୍ରଫୁଲ୍ଲ ସାହୁ ଓ ବିରଂଚି ହୋତା, ସଂପାଦକ ମନୋରଞ୍ଜନ ମିଶ୍ର, ମୁଖ୍ୟ ଉପଦେଷ୍ଟା ସୁଧାଂଶୁ ଶେଖର ଦର୍ଜୀ, ଉପଦେଷ୍ଟା ଧନଞ୍ଜୟ ମିଶ୍ର, ସଂଗଠନ ସଂପାଦକ ବିନୟ ମିଶ୍ର, ଅଫିସ ସଂପାଦକ ଅଶୋକ ·ନ୍ଦ, ଅଶୋକ ମିଶ୍ର, ଗଣେଷ ପାଢୀ, କୋଷାଧ୍ୟକ୍ଷ ନରେନ୍ଦ୍ର କବାଟ, ଅତିରିକ୍ତ ସାଧାରଣ ସଂପାଦକ ସୁନିଲ ବିଶ୍ୱାଲ, ବି.ଆର. ମେହେଟା, ଚିତ୍ତରଞ୍ଜନ ପଟେଲ ଓ କପିଳ ଖମାରୀ ପ୍ରମୁଖ ଉପସ୍ଥିତ ଥିଲେ । ଏହି ଅବସରରେ ଶ୍ରୀ ଗୁରୁ ତାଙ୍କର ସଂକ୍ଷିପ୍ତ ଅଭିଭାଷଣରେ ତାଙ୍କ ପଦ୍ମଶ୍ରୀ ପ୍ରାପ୍ତି ଅର୍ଥ ଏହି ଅଂଚଳ ଭାଷା ଓ ସଂସ୍କୃତିର ସ୍ୱୀକୃତି ବୋଲି କହିଥିଲେ । ସମାଜର ବରିଷ୍ଠ ନାଗରିକମାନଙ୍କ ଭୂମିକା ମହତ୍ୱପୂର୍ଣ୍ଣ ହେତୁ ସମସ୍ତ ବରିଷ୍ଠ ନାଗରିକମାନେ ଏହି ଅଞ୍ଚଳର ଭାଷାକୁ ସାମ୍ବିଧାନିକ ସ୍ୱୀକୃତି ପାଇଁ ଚେଷ୍ଟିତ ହେବା ପାଇଁ କହିଥିଲେ । ସମସ୍ତ ଉପସ୍ଥିତ ବ୍ୟକ୍ତିମାନେ ଏହାକୁ କରତାଳି ଦେଇ ସ୍ୱାଗତ କରିଥିଲେ ।

jayashree
Leave A Reply

Your email address will not be published.