ସାହାରନପୁର (ଉତ୍ତରପ୍ରଦେଶ) : ସମାଜବାଦୀ ପାର୍ଟି (ଏସପି)କୁ ଘୋର ପରିବାରବାଦୀ, ଦଙ୍ଗାକାରୀ ଏବଂ ମାଫିଆବାଦୀ ବୋଲି କହି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ଦିନ କହିଛନ୍ତି ଯେ, ଏମାନେ ବର୍ତ୍ତମାନ ନିର୍ବାଚନରେ ’ରାଷ୍ଟ୍ର ବିରୋଧୀ’ ତତ୍ତ୍ୱମାନଙ୍କୁ ନିଜର ସମର୍ଥକ ଭାବେ ଛିଡ଼ା କରାଉଛନ୍ତି । ଏଠାରେ ଏକ ନିର୍ବାଚନ ରାଲିରେ ମୁଜାଫରନଗର ଏବଂ ସାହାରନପୁର ଦଙ୍ଗା ସମ୍ପର୍କରେ ମୋଦୀ କହିଛନ୍ତି, ମୁଜାଫରନଗରରେ ଯାହା ଘଟିଛି, ତାହା କେବଳ କଳଙ୍କ ନୁହେଁ, ସାହାରନପୁରରେ ଯାହା ଘଟିଛି ତାହା ମଧ୍ୟ ଭୟଙ୍କର ଥିଲା । ତେବେ ରାଜନୈତିକ ସଂରକ୍ଷଣରେ ଲୋକଙ୍କୁ କିପରି ଟାର୍ଗେଟ କରାଯାଏ, ସାହାରନପୁର ଦଙ୍ଗା ଏହାର ପ୍ରମାଣ ଅଟେ । ଏହିପରି କାର୍ଯ୍ୟ ହେତୁ, ୨୦୧୭ରେ ଦଙ୍ଗାକାରୀଙ୍କୁ ଆପଣମାନେ ଶିକ୍ଷା ଦେଇଥିଲେ ଏବଂ ଯୋଗୀ ଉତ୍ତରପ୍ରଦେଶକୁ ଦଙ୍ଗା ମୁକ୍ତ କରିବାରେ ସଫଳ ହୋଇଥିଲେ ।