jayashree

ଭାଲେନ୍‌ଟାଇନ୍ ସପ୍ତାହରେ ଅଜବ୍‌ ପ୍ରେମର ଗଜବ୍‌ କାହାଣୀ : ପ୍ରେମିକ ଠାରୁ ପ୍ରେମିକା ୨୦ ବର୍ଷ ସାନ

ଭରତପୁର : ଫେବୃଆରୀ ହେଉଛି ପ୍ରେମର ମାସ ବୋଲି ପ୍ରେମିକ ପ୍ରେମିକାମାନେ ବିଶ୍ୱାସ କରନ୍ତି । ତେବେ ଚାଲିଥିବା ଭାଲେନ୍‌ଟାଇନ୍‌ ସପ୍ତାହରେ ରାଜସ୍ଥାନର ଭରତପୁରରୁ ଅଜବ ପ୍ରେମର ଏକ ଗଜବ୍‌ କାହାଣୀ ସାମ୍ନାକୁ ଆସିଛି । ଏହି ପ୍ରେମ କାହାଣୀର ଆଶ୍ଚର୍ଯ୍ୟଜନକ କଥା ହେଉଛି, ଯେତେବେଳେ ପ୍ରେମିକଙ୍କୁ ୨୦ ବର୍ଷ ହୋଇଥିଲା, ସେତେବେଳେ ତାଙ୍କ ଗର୍ଲଫ୍ରେଣ୍ଡ(ପ୍ରେମିକା) ଜନ୍ମ ହୋଇଥିଲେ । ଏହାର ଅର୍ଥ ହେଉଛି ବର୍ତ୍ତମାନ ପ୍ରେମିକର ବୟସ ୪୦ ଏବଂ ଗର୍ଲଫ୍ରେଣ୍ଡର ବୟସ ୨୦ । ଏହି ମାମଲା ରାଜସ୍ଥାନର ଭରତପୁର ଜିଲ୍ଲାର ଜାନୁଥର ଗାଁର ।

ସୂଚନା ଅନୁସାରେ ଗାଁର ସରସ୍ୱତୀ ଆଇଟିଆଇ କଲେଜରେ ଛାତ୍ରୀଛାତ୍ରଙ୍କୁ ଇଂରାଜୀ ଶିକ୍ଷା ଦେଉଥିଲେ ସତବୀର । ସ୍ନାତକୋତ୍ତର ପରେ ସୋନିଆ ବିଇଡ଼ି ପାଇଁ ପ୍ରସ୍ତୁତ ହେବାକୁ ଯାଉଥିବା ବେଳେ ତାଙ୍କ ପିତା ୨୦୧୭ରେ ସତବୀରଙ୍କ ପାଖରେ ଟ୍ୟୁସନରେ ଛାଡ଼ିଲେ ସୋନିଆଙ୍କୁ । ସତବୀର ଟ୍ୟୁସନ ପାଇଁ ଘରକୁ ଯାଉଥିଲେ । ସେ ପ୍ରତିଦିନ ନଦବଇରୁ ଜାନୁଥର ଗାଁକୁ ଯାଉଥିଲେ ।

ପ୍ରାୟ ୧ ବର୍ଷ ପୂର୍ବେ, ସତବୀର କଲେଜରେ ଶିକ୍ଷାଦାନ ବନ୍ଦ କରିଦେଇଥିଲେ । କିନ୍ତୁ ଏହା ପରେ ମଧ୍ୟ ସେ ସୋନିଆଙ୍କ ଘରକୁ ଯାଇ ଶିକ୍ଷାଦାନ କରୁଥିଲେ । ଏହି ସମୟରେ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଆରମ୍ଭ ହୋଇଥିଲା । ଗୁରୁ-ଶିଷ୍ୟା ମଧ୍ୟରେ ରହିଥିବା ପ୍ରେମ ଅଧିକ ସମୟ ଲୁଚି ରହି ପାରିଲା ନାହିଁ । ଜାନୁଆରୀରେ ସୋନିଆ ଭରତପୁର ସହରର ବୁଦ୍ଧ ହାଟ ଅଞ୍ଚଳରେ ତାଙ୍କ ପିଉସୀଙ୍କ ଘରେ ରହିବାକୁ ଆସିଥିଲେ । ଏଠାକୁ ଆସିବା ପରେ ସତବୀର ଓ ସୋନିଆ ଫେରାର୍‌ ମାରିବାକୁ ନିଷ୍ପତ୍ତି ନେଇଥିଲେ । ୨୧ ଜାନୁଆରୀରେ ସତବୀର ଭରତପୁରରେ ପହଞ୍ଚିଥିଲେ । ଭରତପୁରରୁ ପଳାଇବା ପରେ ଦୁହେଁ ଅଜମେରକୁ ଆସି ଏଠାରେ ଉଭୟ ବିବାହ କରିଥିଲେ ।

Leave A Reply

Your email address will not be published.