ବାଲିଗୁଡ଼ା : ଅପହରଣ ପରେ ଛାତ୍ରୀଙ୍କୁ ଦୁଷ୍କର୍ମ ଓ ମାଡ଼ ଅଭିଯୋଗ ହୋଇଛି । ସୂଚନା ଅନୁସାରେ କନ୍ଧମାଳ ଜିଲ୍ଲା କୋଟଗଡ଼ ଥାନା ଅଞ୍ଚଳର ଜଣେ ନବମ ଶ୍ରେଣୀର ଛାତ୍ରୀଙ୍କୁ ଅପହରଣ କରି ଦୁଇଦିନ ଧରି ଦୁଷ୍କର୍ମ କରାଯିବା ସହ ମାଡ଼ ମରାଯାଇଥିବା ଜଣାପଡ଼ିଛି । ପ୍ରକାଶ ଯେ, ଗତ ୩ତାରିଖ ବିଳମ୍ବିତ ରାତିରେ ପରିସ୍ରା କରିବାକୁ ବାହାରକୁ ଆସିଥିବା ବେଳେ ପୂର୍ବରୁ ଯୋଜନା ମୁତାବକ ଛପି ରହିଥିବା ୨ଜଣ ଦୁର୍ବୃତ୍ତ ବାଇକ୍ରେ ତାଙ୍କୁ ଅପହରଣ କରିନେଇ ଏକ ଅଜଣା ସ୍ଥାନରେ ରଖି ତାଙ୍କୁ ୨ ଦିନ ଧରି ଦୁଷ୍କର୍ମ କରିବା ସହ ମାଡ଼ ମାରିଥିଲେ । ନାବାଳିକା ଜଣକ ଗୁହାରୀ କରିଥିବାରୁ ଦୁର୍ବୃତ୍ତମାନେ ତାଙ୍କୁ ତାଙ୍କ ଘରଠୁ ଏକ କିଲୋମିଟର ଦୂରରେ ଛାଡ଼ି ପଳାଇ ଯାଇଥିଲେ । ତେବେ ଘଟଣା ସଂପର୍କରେ ପ୍ରଘଟ କଲେ ଜୀବନରୁ ମାରି ଦେବାକୁ ଧମକ ଦେଇଥିଲେ । ଗତ ୬ ତାରିଖ ବିଳମ୍ବିତ ରାତିରେ ନାବାଳିକା ଜଣକ କଷ୍ଟେମଷ୍ଟେ ଘରେ ଆସି ପହଞ୍ଚି ଘଟଣା ସଂପର୍କରେ କହିଥିଲେ । ପରିବାର ପକ୍ଷରୁ କୋଟଗଡ଼ ଥାନାରେ ଏତଲା ଦେବାରେ ମାମଲା ରୁଜୁ ସହ ତଦନ୍ତ ଜାରି ରହିଥିବା ଆଇଆଇସି ଧିରଜ କୁମାର ଲେଙ୍କା ସୂଚନା ଦେଇଥିବା ବେଳେ ଅଭିଯୁକ୍ତଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ପାଇଁ ଦାବୀ ହୋଇଛି ।