oom

ଜାତୀୟ କୃମିନାଶକ ଦିବସ ଉପଲକ୍ଷେ ଭବାନୀପାଟଣାରେ ଜିଲ୍ଲା ସ୍ତରୀୟ ସମନ୍ନୟ କମିଟି ବୈଠକ ଅନୁଷ୍ଠିତ

jsmm

କଳାହାଣ୍ଡି, (ପି.କେ. ସାହୁ) : ଗତକାଲି ସନ୍ଧ୍ୟା ୬.୦୦ଘଣ୍ଟା ସମୟରେ ଅତିରିକ୍ତ ଜିଲ୍ଲାପାଳ ଶରତ ଚନ୍ଦ୍ର ଶ୍ରୀ ଚନ୍ଦନଙ୍କ ଅଧ୍ୟକ୍ଷତାରେ ଭର୍ଚୁଆଲ ମୋଡରେ ଜାତୀୟ କୃମିନାଶକ ଦିବସ ଉପଲକ୍ଷେ ଏକ ଜିଲ୍ଲା ସ୍ତରୀୟ ସ୍ଵମନ୍ନୟ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । ଶିଶୁମାନେ ସମ୍ମୁଖୀନ ହେଉଥିବା ଦୁର୍ବଳ ସ୍ୱାସ୍ଥ୍ୟ, କମ୍ ସ୍ମୁତି ଶକ୍ତି, ହାଲିଆ ପଣ, ରକ୍ତହୀନତା, ତଥା କୃମି ସଂକ୍ରମଣକୁ ପ୍ରତିରୋଧ କରିବା ପାଇଁ ପ୍ରତିବର୍ଷ ଜାତୀୟ କୃମି ନାଶକ ଦିବସ ପାଳନ କରାଯାଏ । ଏହି ପରିପ୍ରେକ୍ଷୀରେ ଜିଲ୍ଲା ସ୍ୱାସ୍ଥ୍ୟ ସମିତି ଆନୁକୁଲ୍ୟରେ କଳାହାଣ୍ଡି ଜିଲ୍ଲାରେ ୧ ରୁ ୧୯ ବର୍ଷ ବୟସ ପର୍ଯ୍ୟନ୍ତ ଶିଶୁ ଠାରୁ କିଶୋର ସମସ୍ତଙ୍କୁ କୃମିନାଶକ ପ୍ରତିରୋଧ ପାଇଁ ଆଜିଠାରୁ ୧୦.୨.୨୦୨୨ ରୁ ୧୬.୨.୨୦୨୨ ସପ୍ତାହ ବ୍ୟାପୀ ବିଶେଷ କାର୍ଯ୍ୟକ୍ରମ ପାଳନ କରାଯିବ । ସପ୍ତାହ ବ୍ୟାପୀ କାର୍ଯ୍ୟକ୍ରମରେ ଆଶାକର୍ମୀ, ଅଙ୍ଗନବାଡ଼ି କର୍ମୀ ଓ ସ୍ୱାସ୍ଥ୍ୟ କର୍ମୀ ମାନେ ଘରକୁ ଘର ଯାଇ କୃମିନାଶକ ଔଷଧ ବଣ୍ଟନ ସହ ବିଶେଷ ସୂଚନା ଦେବେ। ଜିଲ୍ଲାର ୧୩ ଟି ବ୍ଲକରେ ୬, ୧୬, ୧୧୭ ଜଣଙ୍କୁ କୃମି ପ୍ରତିରୋଧ ପାଇଁ ଲକ୍ଷ୍ୟ ରଖାଯାଇଛି । ଡିଏମ, ଆର୍‌ସିଏଚ ଭବାନୀ ଶଙ୍କର ସାହୁ ସ୍ଲାଇଡ୍ ମାଧ୍ୟମରେ ସୂଚନା ଦେଇଥିଲେ । ବୈଠକରେ ସିଡିଏମଓ ଡ.ରଞ୍ଜନ ମିଶ୍ର, ଡିପିଏମ ଅବନୀ ମହାପାତ୍ର, ଡିଆଇପିଆର୍‌ଓ ମନୋଜ ବେହେରା, ଡିଇଓ ସୁଶାନ୍ତ ଚୋପଦାର, ଡିଡବ୍ଲୁଓ, ଇଓ, ମ୍ୟୁନିସିପାଲ୍‌ଟି, ଭବାନୀପାଟଣା, ଇଓ, ଏନ୍ଏସି, କେସିଙ୍ଗା, ଜୁନାଗଡ, ମେଡିକାଲ ଅଫିସର, ସମସ୍ତ ବ୍ଲକ ତଥା ଏନଜିଓ କର୍ମକର୍ତ୍ତା ଉପସ୍ଥିତ ଥିଲେ । ଶେଷରେ ସିଡିଏମଓ ଧନ୍ୟବାଦ୍ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.