jsm

ଖର୍ଲିରେ ୟୁଥ ସାର୍ଭିସ ସେଣ୍ଟର ବଲାଙ୍ଗିର ଚାଇଲ୍ଡ ଲାଇନ ଉଦ୍ୟମରେ ଅଟକିଲା ବାଲ୍ୟବିବାହ : ବାଲ୍ୟବିବାହର କୁପରିଣାମ ବୁଝି ପାରି ବିବାହ ବନ୍ଦ ପାଇଁ ରାଜି ହେଲେ ପିତାମାତା

csstore

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ଖର୍ଲି ଗ୍ରାମରେ ଜଣେ ନାବାଳିକାଙ୍କ ପ୍ରସ୍ତାବିତ ବିବାହକୁ ଅଟକାଇଛି ୟୁଥ ସାର୍ଭିସ ସେଣ୍ଟର ବଲାଙ୍ଗିର ଚାଇଲ୍ଡ ଲାଇନ । ସୂଚନା ଅନୁସାରେ ଖର୍ଲି ଗ୍ରାମରେ ଜଣେ ନାବାଳିକା ଝିଅକୁ ତାର ପିତା ମାତା ନିକଟସ୍ଥ ମୁନାପାଲି ଗ୍ରାମକୁ ବିବାହ କରାଇବାକୁ ଥିବା ବେଳେ କୌଣସି ସୂତ୍ରରୁ ଖବର ପାଇ ସିଡିପଓ ସରିତା ପଟ୍ଟନାୟକ, ସୁପର ଭାଇଜର ସତ୍ୟଭାମା ମହାନନ୍ଦ, ଅଙ୍ଗନୱାଡି କର୍ମୀ ଲଳିତା ମେହେର, ତିଲୋତମା ଛୁରା, ଚାଇଲ୍ଡ ଲାଇନ ମେମ୍ବର ନିଳାମ୍ବର ମହାନ୍ତି, ତାପିବର ଭୋଇଙ୍କ ସହ ତୁରେକେଲା ପୋଲିସ କର୍ମଚାରୀ ଘଟଣାସ୍ଥଳରେ ପହଂଚି ବେଆଇନ ବାହାଘରକୁ ରୋକିବା ସହ ସରକାରଙ୍କ ଦ୍ୱାରା ଘୋଷିତ ବିବାହ ବୟସ ପୂର୍ବରୁ ନାବାଳିକା ଝିଅକୁ ବାହା ନ କରିବା ପାଇଁ ଉପସ୍ଥିତ ଗ୍ରାମବାସୀଙ୍କ ସମ୍ମୁଖରେ ଝିଅର ପିତାମାତଙ୍କୁ ରାଜି କରାଇଥିଲେ ବୋଲି ଟିମ୍‌ ଲିଡ଼ର ତ୍ରିଲୋଚନ ନାଗଙ୍କଠାରୁ ସୂଚନା ମିଳିଛି ।

yuvodaya
Leave A Reply

Your email address will not be published.