jsm

ଜିଲ୍ଲା ଓକିଲ ସଂଘ ପକ୍ଷରୁ ନରସିଂହ ଗୁରୁଙ୍କୁ ସମ୍ବର୍ଦ୍ଧନା

csstore

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଓକିଲ ସଂଘ ପକ୍ଷରୁ ପଦ୍ମଶ୍ରୀ ପୁରସ୍କାର ପାଇଁ ମନୋନୀତ କୋଶଲୀ ଭାଷା ଓ ସାହିତ୍ୟର ଗବେଷକ ନରସିଂହ ପ୍ରସାଦ ଗୁରୁଙ୍କୁ ସ୍ଥାନୀୟ ବାର୍‌ ହଲଠାରେ ଆଜି ସମ୍ବର୍ଦ୍ଧନା ଜଣାଯାଇଥିଲା । ଜିଲ୍ଲା ଓକିଲ ସଂଘ ସଭାପତି ପ୍ରବୀଣ କୁମାର ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସମ୍ବର୍ଦ୍ଧନା ସଭାରେ ଅତିଥି ଭାବେ ଜିଲ୍ଲା ଓ ଦୌରାଜଜ୍‌ ଲୋକନାଥ ମହାପାତ୍ର ମୁଖ୍ୟଅତିଥି, ସଂଘ ଉପସଭାପତି ସରୋଜ ଗୁପ୍ତା ମଞ୍ଚାସୀନ ଥିଲେ । ସଂଘ ପକ୍ଷରୁ ଉପାୟନ, ମାନପତ୍ର ଓ ପୁଷ୍ପଗୁଚ୍ଛ ଦେଇ ଗୁରୁଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ଅବସରରେ ଶ୍ରୀ ଗୁରୁ ଦୀର୍ଘ ୫୦ ବର୍ଷରୁ ଉଦ୍ଧ୍ୱର୍ ହେଲା ସେ କୋଶଲୀ ଭାଷା, ସାହିତ୍ୟ ଓ ସଂସ୍କୃତିକୁ ନେଇ ନିରନ୍ତର ଗବେଷଣା ଜାରି ରଖିଥିବା କହି ତାଙ୍କର ଗବେଷଣାକୁ ସ୍ୱୀକୃତି ପ୍ରଦାନ କରାଯାଇଛି ଏବେ କୋଶଲୀ ଭାଷାକୁ ସ୍ୱୀକୃତି ଦେବାକୁ କହିଥିଲେ । ପଦ୍ମଶ୍ରୀ ପୁରସ୍କାର ମନୋନୟନ ପାଇଁ ସେ କେନ୍ଦ୍ର ସରକାର, ରାଜ୍ୟ ସରକାର, ସ୍ଥାନୀୟ ଲୋକସଭା ସାଂସଦ, ସ୍ଥାନୀୟ ବିଧାୟକ, ଜିଲ୍ଲା ପ୍ରଶାସନ ଏବଂ ଆଡଭୋକେଟ୍‌ ଜୟକୃଷ୍ଣ ସାହୁଙ୍କୁ କୃତଜ୍ଞତା ଜଣାଇଥିଲେ । ସଭାରେ ମୁଖ୍ୟଅତିଥି ଜିଲ୍ଲାଜଜ୍‌ ମହାପାତ୍ର ସାରସ୍ୱତ ସାଧକ ଗୁରୁଙ୍କ ସାଧନାକୁ ପ୍ରଶଂସା କରିଥିଲେ । ଆଡ୍‌ଭୋକେଟ୍‌ ଅଶୋକ କୁମାର ରାଉତ ମାନପତ୍ର ପାଠ କରିଥିଲେ । ସଭା ଶେଷରେ ଆଡ୍‌ଭୋକେଟ୍‌ ଜୟକୃଷ୍ଣ ସାହୁ ଧନ୍ୟବାଦ ଦେଇଥିଲେ । ଏହି ସଭାରେ ବଲାଙ୍ଗିର ସିଭିଲ କୋର୍ଟର ସମସ୍ତ ଜଜ୍‌, ବରିଷ୍ଠ ଆଡ୍‌ଭୋକେଟ୍‌ ଗୋପଳ ପାଣିଗ୍ରାହୀ, ଲିଙ୍ଗରାଜ ପାଢ଼ୀ, ଗଙ୍ଗାଧର ନନ୍ଦ, ଆନନ୍ଦଚନ୍ଦ୍ର ପାଣିଗ୍ରାହୀ, ପ୍ରମୋଦ ତ୍ରିପାଠୀ, ଭବାନୀ ଶଙ୍କର ଶତପଥି, ଅରବିନ୍ଦାକ୍ଷ ପୂଜାରୀ, ପ୍ରିୟରଞ୍ଜନ ବହିଦାର, ଓଙ୍କାର ନାୟକ, ଜୟରାମ ମିଶ୍ର, ଶଙ୍କର ମିଶ୍ର, ସନ୍ତୋଷ ପାଢ଼ୀ, ଦେବାଶିଷ ବିଶ୍ୱାଳ, ସ୍ୱର୍ଣ୍ଣଭୂଷଣ ସାହୁ, ମଳୟ ଗଡତ୍ୟା, ରଘୁନନ୍ଦନ ସିଂ ଓ ଅନ୍ୟମାନେ ଉପସ୍ଥିତ ଥିଲେ ।

yuvodaya
Leave A Reply

Your email address will not be published.