ବଲାଙ୍ଗିର ନରସିଂହ ମନ୍ଦିର ସାମ୍ନାରେ ଦୁଇ ବାଇକ ମୁହାଁମୁହିଁ ଧକ୍କା

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ନରସିଂହ ମନ୍ଦିର ସାମ୍ନାରେ ଦୁଇ ବାଇକ ମୁହାଁମୁହିଁ ଧକ୍କା ହୋଇଥିବା ଖବର ମିଳିଛି । ସୂଚନା ଯୋଗ୍ୟ ଯେ, ପାଟଣାଛକ ପଟୁ ଆସୁଥିବା ଏକ ହିରୋହଣ୍ଡା ଏଚ୍‌ଏଫ୍‌ ଡିଲକ୍ସ ବାଇକ ସରକାରୀ ବସ୍‌ଷ୍ଟାଣ୍ଡ ପଟୁ ଯାଉଥିବା ହିରୋହଣ୍ଡା ସ୍ପେଲେଣ୍ଡର ପ୍ଲସ ବାଇକ ସହ ନରସିଂହ ମନ୍ଦିର ସାମ୍ନାରେ ମୁହାଁମୁହିଁ ଧକ୍କା ହୋଇଥିଲା । ଫଳରେ ଦୁଇ ବାଇକ ଚାଳକ ତଳେ ପଡିଯାଇଥିବା ବେଳେ ସ୍ଥାନୀୟ ଲୋକମାନେ ତାଙ୍କୁ ଉଠାଇ ଥିଲେ । ତେବେ ଏହି ଦୁର୍ଘଟଣାରେ କାହାରି କିଛି କ୍ଷତି ଘଟି ନଥିବା ସୂଚନା ମିଳିଛି ।

Leave A Reply

Your email address will not be published.