ନୂତନ ମନ୍ଦିର ନିର୍ମାଣ ପାଇଁ ଭୂମି ପୂଜନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ବ୍ଲକ ବୁବୁଡ଼ା ଗ୍ରାମରେ ବାବା ବୁଢାରଜା ଏବଂ ମାଁ ଗାହାଁରୀ ବୁଢୀଙ୍କ ନୂତନ ମନ୍ଦିର ନିର୍ମାଣ ପାଇଁ ଭୂମି ପୂଜନ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଗ୍ରାମର ମୁଖ୍ୟ ପୂଜକ (ଝାଙ୍କର)ଙ୍କ ଘରରୁ ପୂଜା ସାମଗ୍ରୀ ଭାର ଧରି ଗ୍ରାମବାସୀ ମାନେ ମନ୍ଦିରକୁ ଆସିଥିଲେ ଏବଂ ପୂଜନ କାର୍ଯ୍ୟ ସାରି ଗ୍ରାମର ଗୌନ୍ତିଆ ଉପେନ୍ଦ୍ର ବରିହା ମନ୍ଦିର ନିର୍ମାଣ ପାଇଁ ଶୁଭାରମ୍ଭ କରିଥିଲେ । ଏହି ଅବସରରେ ପାଞ୍ଚ ଖଣ୍ଡ ଗ୍ରାମର ଶ୍ରଦ୍ଧାଳୁ ମାନେ ଉପସ୍ଥିତ ଥିଲେ ଏବଂ ଦହିଗାଁ ପଞ୍ଚାୟତରେ ସରପଞ୍ଚ ପ୍ରାର୍ଥିନୀ ଭାବରେ ଛିଡା ହୋଇଥିବା ପ୍ରତ୍ୟେକ ପ୍ରାର୍ଥିନୀ ଉପସ୍ଥିତ ରହି ଆର୍ଶିବାଦ କାମନା କରିଥିଲେ । ବିରେନ ଦାଶ, ଗଜାନନ୍ଦ ବୁଡେକ, ପ୍ରକାଶ ଦାଶ୍, ଟିକେଶ୍ୱରର ବରିହା, ପ୍ରଫୁଲ୍ଲ ବୁଡେକ, ଯୁବ ସମ୍ବାଦିକ ସୁରେନ୍ଦ୍ର ମେହେର, ଧନୁ ବରିହା, ପରମେଶ୍ୱାର ଦାଶ, ନାରେନ ପୋଢ, ଡିଲେ ଖମାରୀ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟ ତୁଳାଇ ଥିଲେ ।

Leave A Reply

Your email address will not be published.