oom

ପଦ୍ମପୁରରେ ଜଙ୍ଗଲ ନିଆଁ ନିରାକରଣ ସଚେତନତା ଶିବିର

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ଗତକାଲି ଓଡ଼ିଶା ସରକାର ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ନିର୍ଦ୍ଦେଶରେ ପଦ୍ମପୁର ବନାଞ୍ଚଳ ବରଗଡ଼ ବନଖଣ୍ଡ ତରଫରୁ ଜଙ୍ଗଲ ନିଆଁ ନିରାକରଣ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ପଦ୍ମପୁର ରେଞ୍ଜର ପୂର୍ଣ୍ଣ ଚନ୍ଦ୍ର ମହନ୍ତ ପରିଚାଳନା କରି କହିଥିଲେ ଯେ, ପ୍ରତ୍ୟେକ ବର୍ଷ ଖରା ସମୟରେ ମହୁଲ ଗୋଟାଲି ବ୍ୟକ୍ତି ଓ ଅନ୍ୟାନ୍ୟ ଲୋକମାନେ ଜଙ୍ଗଲରେ ନିଆଁ ଲଗାଇ ଦେଇଥାନ୍ତି । ସେଥିପାଇଁ ଜଙ୍ଗଲ ପୋଡ଼ି ନଷ୍ଟ ହେବା ସହ ବନ୍ୟଜନ୍ତୁ ଗୁଡ଼ାକ ମରି ଲୋପ ପାଇ ଯାଉଛନ୍ତି । ଜଙ୍ଗଲ ଓ ଜୀବଜନ୍ତୁ ମାନଙ୍କୁ ସୁରକ୍ଷା କରିବା ଆମ ସମସ୍ତଙ୍କର ଦାୟିତ୍ଵ । ଜଙ୍ଗଲ ବିନା ମଣିଷ ବଞ୍ଚିବା କଷ୍ଟକର । ତେବେ ଜଙ୍ଗଲ ବିଭାଗର କର୍ମଚାରୀ ସମେତ କେନ୍ଦୁପତ୍ର କର୍ମଚାରୀ, ଅଗ୍ନିଶମ କର୍ମଚାରୀ ଏବଂ ସମସ୍ତ ପାଖପଡୋଶୀରେ ଥିବା ଲୋକଙ୍କ ସାହାର୍ଯ୍ୟ ସହଯୋଗର ଆବଶ୍ୟକତା ରହିଛି । ଅଗ୍ନି ସଂଯୋଗ ସମୟରେ ନିଜ ଦ୍ୱରା ଯାହା ସମ୍ଭବ କାହାକୁ ଅପେକ୍ଷା ନ କରି ନିଆଁ ଲିଭାଇବାକୁ ତାଙ୍କ ବକ୍ତବ୍ୟରେ କହିଛନ୍ତି । ଏହି ସଚେତନତା ଶିବିରରେ ଅଗ୍ନିଶମ ବିଭାଗ ଅଫିସର ବେଦବ୍ୟାସ ପିଙ୍ଗ, କେନ୍ଦୁପତ୍ର ବିଭାଗ ଜଗଦଲପୁର ଏରିଆର ଫରେଷ୍ଟର ଦିଲ୍ଲୀପ ଭୋଇ, ପଦ୍ମପୁର ଏରିଆର ଫରେଷ୍ଟର ରମେଶ ସାହୁ, ଗଜସାଥୀ, ଏନିମେଟର, ଡବଗ୍ଧମଷରକ୍ସ, ସମସ୍ତ ଫରେଷ୍ଟ ଗାର୍ଡ, ଏଜେୱାଇ ଟିମ୍ ସମସ୍ତେ ଉପସ୍ଥିତ ଥିଲେ । ରେଞ୍ଜର ପୂର୍ଣ୍ଣ ଚନ୍ଦ୍ର ମହନ୍ତ ପରିଚାଳନା କରିଥିବା ବେଳେ ପ୍ରକାଶ ହୋତା ସ୍ୱାଗତ ଓ ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.